ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳାଙ୍କ ପବିତ୍ର ନୂଆଖାଇ ପର୍ବ ଗତକାଲି (ମଙ୍ଗଳବାର) ଗୋପାଳ ପ୍ରସାଦସ୍ଥିତ ହିଙ୍ଗୁଳାପୀଠଠାରେ ଆନୁଷ୍ଠାନିକ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ମଙ୍ଗଳବାର ସକାଳୁ ମା'ଙ୍କର ସ୍ନାନ ଏବଂ ମହାସ୍ନାନ ଅନଷ୍ଠିତ ହୋଇଥିଲା l
ମାଁ ହିଙ୍ଗୁଳାଙ୍କ ପୀଠରେ ନୂଆଖାଇ ପାଳିତ - ପବିତ୍ର ନୂଆଖାଇ ପର୍ବ ଅନୁଷ୍ଠିତ
ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳାଙ୍କ ପବିତ୍ର ନୂଆଖାଇ ପର୍ବ ଅନୁଷ୍ଠିତ ।
ମାଁ ହିଙ୍ଗୁଳାଙ୍କ ପୀଠରେ ନୂଆଖାଇ ପାଳିତ
ଏହାପରେ ମାଁଙ୍କର ବେଶ କରାଯାଇ ସ୍ବତନ୍ତ୍ର ପୂଜା ଓ ଆଳତୀ ହୋଇଥିଲା । ମା' ହିଙ୍ଗୁଳାଙ୍କ କୃଷିଭିତ୍ତିକ ପର୍ବ ହେଉଛି ନୂଆଖାଇ । ଦେଶୀ ସରିଆ ଧାନରେ ନୂଆ ଚାଉଳ ପ୍ରସ୍ତୁତ କରାଯାଇଥିଲା ଏଥିରେ ନବାନ୍ନ ପ୍ରସ୍ତୁତ କରାଯାଇଥିଲା । ଏହାସହ କ୍ଷୀର, ଘିଅ ଏବଂ ନୂଆ ଚାଉଳ ମିଶ୍ରଣରେ ନଖିଭୋଗ ମଧ୍ୟ ମାଁଙ୍କ ଠାରେ ଲାଗି କରାଯାଇଥିଲା । ଏହାପରେ ସମସ୍ତ ଭକ୍ତବୃନ୍ଦଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ