ଅନୁଗୋଳ: ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା । ଆରମ୍ଭ ହେବ ଓଡ଼ିଶା ପ୍ରସିଦ୍ଧ ନାଲକୋ ନଗରର ବିଶ୍ଵକର୍ମା ପୂଜା । ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । କେଉଁଠି ମୂର୍ତ୍ତି କାରିଗର ବିଶ୍ଵ ବିନ୍ଧାଣୀଙ୍କୁ ଶେଷ ସ୍ପର୍ଶ ଦେଉଥିବା ବେଳେ ଅନ୍ୟ କେଉଁଠି ତୋରଣ କାରିଗର ନିଜ ତୋରଣକୁ ଆକର୍ଷଣୀୟ କରିବାରେ ଲାଗିପଡ଼ିଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ଦେବଶିଳ୍ପୀଙ୍କ ଆଗମନ ପାଇଁ ସଜେଇ ହେଲାଣି ନାଲକୋ ନଗର । କୋରୋନା କଟକଣା ଯୋଗୁଁ ଦୁଇ ବର୍ଷ ହେବ ହୋଇନଥିଲା ପୂଜା । ଏଥର ପୂଜା ଜାକଜକମରେ କରିବାକୁ ପୂଜା କମିଟି ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି (Biswakarma puja preparation) ।
ସଜେଇ ହେଉଛି ଅନୁଗୋଳ
ସଜେଇ ହେଉଛି ଅନୁଗୋଳ ଜିଲ୍ଲାର ନାଲକୋ ନଗର । ଆସନ୍ତା ୧୭ ତାରିଖ ଦେବଶିଳ୍ପୀଙ୍କ ଆଗମନକୁ ଆଖି ଆଗରେ ରଖି ଚାଲିଛି ପୂଜା ପ୍ରସ୍ତୁତି । ସମଗ୍ର ନଗର ପୂଜାପାଇଁ ଚଳଚଞ୍ଚଳ ହୋଇ ଉଠିଛି । ବିଭିନ୍ନ ପୂଜା ମଣ୍ଡପ ଆକର୍ଷଣୀୟ କରିବାରେ ଲାଗିପଡିଛନ୍ତି କାରିଗର । ଏଥର ପୂଜା ପାଇଁ କିଏ ମୂର୍ତ୍ତି ସଜ ଉପରେ ଧ୍ୟାନ ଦେଇଛି ତ ଆଉ କିଏ ତୋରଣ ସଜାକୁ ଅଧିକ ଗୁରୁତ୍ଵ ଦେଇଛି ।
ଏହାକୁ ନେଇ ପୂଜା କମିଟି ସଦସ୍ୟ କହିଛନ୍ତି, "ନାଲକୋର ବିଶ୍ବକର୍ମା ପୂଜା ବିଶ୍ବପ୍ରସିଦ୍ଧ । ପ୍ରାୟ ୮୦ ପ୍ରତିଶତ କାମ ଶେଷ ହେବ । ଏଥର ପୂଜା ପୂର୍ବରୁ ସମସ୍ତ ପ୍ରସ୍ତୁତି ସାରି ସୁରୁଖୁରରେ ପୂଜା କରିବାକୁ ଯୋଜନା ରଖାଯାଇଛି ।"
ସେପଟେ ନାଲକୋ କର୍ମଚାରୀ କହିଛନ୍ତି, "ଏଥର ଆମେ ଦିଲ୍ଲୀର ଅକ୍ଷର ଧାମ ଥିମ୍କୁ ନେଇ ତୋରଣ ତିଆରି କରୁଛୁ । ପ୍ରାୟ ୧୦୦ କାରିଗର କାମରେ ଲାଗିଛନ୍ତି । ଏଥର ପୂଜା ଭଳ ହେବ ବୋଲି ଆଶା କରୁଛି । ଲୋକଙ୍କୁ ତୋରଣ ପସନ୍ଦ ଆସିବ ।"