ଓଡିଶା

odisha

ETV Bharat / state

ମେଲାଣି ନେଲେ ଦେବଶିଳ୍ପୀ ବିଶ୍ବକର୍ମା, ଆର ବରସକୁ ଅପେକ୍ଷା - ମେଲାଣି ନେଲେ ଦେବଶିଳ୍ପୀ ବିଶ୍ବକର୍ମା

ଓଡିଶା ପ୍ରସିଦ୍ଧ ଅନୁଗୋଳ ନାଲକୋ ନଗରର ବିଶ୍ଵକର୍ମା ପୂଜା ଶେଷ ହୋଇଛି । ପୂଜାଉତ୍ସବ ଭଳି ଭସାଣି ଉତ୍ସବ ବି ବେଶ ଆକର୍ଷଣୀୟ ଥିଲା । ୨୩ ଟି ପୂଜାମଣ୍ଡପରେ ପୂଜିତ ବିଶ୍ଵକର୍ମାଙ୍କୁ ଭବ୍ୟ ଶୋଭାଯାତ୍ରାରେ ଦିଆଯାଇଥିଲା ମେଲାଣି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

By

Published : Sep 24, 2019, 6:43 AM IST

ଅନୁଗୋଳ: ଶେଷ ହୋଇଛି ଓଡିଶା ପ୍ରସିଦ୍ଧ ଅନୁଗୋଳ ନାଲକୋ ନଗରର ବିଶ୍ଵକର୍ମା ପୂଜା । ୬ ଦିନ ଧରି ବେଶ ଧୂମ ଧାମରେ ପାଳିତ ହୋଇଥିବା ଏହି ପୂଜାର ସୋମବାର ଥିଲା ଭାଷାଣୀ ଉତ୍ସବ । ୨୩ ଟି ପୂଜାମଣ୍ଡପରେ ପୂଜିତ ବିଶ୍ଵକର୍ମାଙ୍କୁ ଭବ୍ୟ ଶୋଭାଯାତ୍ରାରେ ଦିଆଯାଇଥିଲା ମେଲାଣି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ପୂଜାଉତ୍ସବ ଭଳି ଭସାଣି ଉତ୍ସବ ବି ବେଶ ଆକର୍ଷଣୀୟ ଥିଲା । ଆଧୁନିକ ବ୍ରାସ ବ୍ୟାଣ୍ଡ ସାଙ୍ଗକୁ କେତେକ ପାରମ୍ପରିକ ବାଦ୍ୟ ମଧ୍ୟ ଶୋଭାଯାତ୍ରାରେ ଦେଖିବାକୁ ମିଳିଥିଲା । ଏହାକୁ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଦର୍ଶକ ଏକାଠି ହୋଇଥିଲେ । ନାଲକୋ ର ରୋଡିଙ୍ଗ ସପ , କାଷ୍ଠହାଉସ ଏ , କାଷ୍ଠହାଉସ ବି , ପଟଲାଇନ, ଓ କାର୍ବନ ଏରିଆ ଆଦି ବିଭାଗର ମେଢ ଗୁଡିକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

ଏହି ଭସାଣି ଉତ୍ସବକୁ ଶାନ୍ତି ଶ୍ରୁଙ୍ଖଳା ସହ ସମ୍ପନ୍ନ କରିବା ପାଇଁ ବ୍ୟାପକ ପୋଲିସ ମୁତୟନ କରଯାଇଥିଲା । ଦେବଶିଳ୍ପୀଙ୍କୁ ମେଲାଣି ଦେଇ ନାଲକୋ ନଗରି ବାସୀ ପୁଣି ଅପେକ୍ଷାରେ ଆସନ୍ତାବର୍ଷକୁ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ

ABOUT THE AUTHOR

...view details