ଓଡିଶା

odisha

ETV Bharat / state

ହରିୟାଣାରୁ ଆସି ଅନୁଗୋଳରେ ମାତିଥିଲେ ଲୁଟେରା ଗ୍ୟାଙ୍ଗ, ବାନ୍ଧିଲା ପୋଲିସ - lootera gang arrested in anugul

ଗତ ୮ ତାରିଖ ରାତିରେ ସହରର କରଡାଗାଡ଼ିଆ ଛକରେ ଥିବା ଏସବିଆଇ ଏଟିଏମ ଓ ଅମଲାପଡାର ବ୍ୟାଙ୍କ ଅଫ ଇଣ୍ଡିଆର ଏଟିଏମ ଭାଙ୍ଗି ଟଙ୍କା ଲୁଟ ଘଟଣାରେ ସଂପୃକ୍ତ ୭ଜଣକୁ ଗିରଫ କରିଛି ପୋଲିସ।

ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା ଅନୁଗୋଳ ପୋଲିସ
ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା ଅନୁଗୋଳ ପୋଲିସ

By

Published : Aug 14, 2020, 7:07 PM IST

ଅନୁଗୋଳ: ହରିୟାଣାରୁ ଆସି ଓଡ଼ିଶାର ଗାଡି ଚୋରି । ଆଉ ଚୋରା ଗାଡି ବ୍ୟବହାର କରି ଏଟିଏମ କାଟି ଟଙ୍କା ଲୁଟ। ଏଭଳି ଲୁଟ ଘଟଣାରେ ସମ୍ପୃକ୍ତ କୁଖ୍ୟାତ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଅନୁଗୋଳ ପୋଲିସ। ସେମାନଙ୍କ ନିକଟରୁ 18 ଲକ୍ଷ 50 ହଜାର ଟଙ୍କା ସହ ଟ୍ରକ , କଣ୍ଟେନର ଏବଂ ଅନେକ ସାମଗ୍ରୀ ଜବତ ହୋଇଛି ।

ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା ଅନୁଗୋଳ ପୋଲିସ

ଗତ ୮ ତାରିଖ ରାତିରେ ସହରର କରଡାଗାଡ଼ିଆ ଛକରେ ଥିବା ଏସବିଆଇ ଏଟିଏମ ଓ ଅମଲାପଡାର ବ୍ୟାଙ୍କ ଅଫ ଇଣ୍ଡିଆର ଏଟିଏମ ଭାଙ୍ଗି ଟଙ୍କା ଲୁଟ ଘଟଣାରେ ସଂପୃକ୍ତ ୭ଜଣକୁ ଗିରଫ କରିଛି ପୋଲିସ। ସେମାନଙ୍କ ନିକଟରୁ ୧୮ ଲକ୍ଷ ୫୦ହଜାର ଟଙ୍କା, ଗୋଟିଏ କଣ୍ଟେନର, ଗୋଟିଏ ଟ୍ରକ, ଗୋଟିଏ କାର ଏବଂ ଗ୍ୟାସ କଟର ଆଦି ଜବତ କରିଛି । ଏନେଇ ସୂଚନା ଅନୁଗୋଳ ଏସପି ଜଗମୋହନ ମିନା ସୂଚନା ଦେଇଛନ୍ତି ।

ଗିରଫ ଅଭିଯୁକ୍ତ ମାନେ ଅମର ଅଲ୍ଲୀ, ତାରିଫ ଖାନ, ମହମ୍ମଦ ଚାୱନି ,ମୁନଫେଡ, ଆଜାଦ, ଅମାନତ ଏବଂ ହାଇଦର ଅଲ୍ଲୀ ବୋଲି ଜଣା ପଡିଛି । ଏମାନେ ସମସ୍ତେ ହରିୟାଣା ରାଜ୍ୟର ବିଭିନ୍ନ ଅଞ୍ଚଳର । ସେମାନେ ଦୁଇଟି ଟ୍ରକରେ ଓଡିଶା ଆସିଥିଲେ। ଢେଙ୍କାନାଳରୁ ଏକ ମାରୁତି କାର ଚୋରି କରି ଏଟିଏମ ଲୁଟ କରିଥିଲେ। ତେବେ ସିସିଟିଭି ଫୁଟେଜରୁ ସେମାନେ ସମ୍ବଲପୁର ଆଡକୁ ଯାଇଥିବା ଜଣା ପଡିଥିଲା । ଏହା ପରେ ଦୁଇଟି ସ୍ବତନ୍ତ୍ର ପୋଲିସ ଟିମ ତାଙ୍କୁ ଧରିବାକୁ ଯାଇଥିଲା। ହଣ୍ଡାପା ଥାନା ଅଞ୍ଚଳରେ ସେମାନେ ପୁଣି ଏକ ଲୁଟ ଯୋଜନା କରିଥିଲେ। ତେବେ ପୋଲିସକୁ ଦେଖି ଦ୍ରୁତ ଗତିରେ ପଳାଇ ଥିଲେ। ଶେଷରେ ଛତିଶଗଡ଼ ବୋଲଡା ବଜାର ପୋଲିସ ହାବୁଡରେ ପଡିଥିଲେ । ଅନୁଗୋଳ ପୋଲିସ ସେମାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରିଛି। ତେବେ ଏହି ଲୁଟେରା ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ କିଏ । ଏହି ଚୋରି ପଛରେ ଆଉ କାହାର ହାତ ଅଛି ସେନେଇ ପୋଲିସ ପଚରା ଉଚରା କରିବା ଜଣାପଡିବ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details