ଅନୁଗୋଳ: ଜିଲ୍ଲା ପୋଲିସ ହାତରେ ଛିନତାଇ ଗ୍ୟାଙ୍ଗ । ଗିରଫଦାରୀ ନେଇ ପୋଲିସର ପ୍ରେସ ରିଲିଜ । ନାହିଁ ଗିରଫ ଅପରାଧୀଙ୍କ ନାଁ । ଗତ ଜୁଲାଇ ମାସରୁ ଆଜି ଯାଏଁ ଅନୁଗୋଳ ଜିଲ୍ଲାରେ ବୁଲି ବୁଲି ଛିନ୍ତାଇ କରୁଥିବା ଏକ ଗ୍ୟାଙ୍ଗକୁ ଧରିବାରେ ସମର୍ଥ ହୋଇଛି ଅନୁଗୋଳ ପୋଲିସ । ଏନେଇ ପୋଲିସ ପକ୍ଷରୁ ଏକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛି ।
ବନ୍ଧା ହେଲା ଛିନତାଇ ଗ୍ୟାଙ୍ଗ: ବାଇକ, ମୋବାଇଲ ସହ ସୁନା ଚେନ ଜବତ - ବନ୍ଧା ହେଲ ଛିନତାଇ ଗ୍ୟାଙ୍ଗ
ଅନୁଗୋଳ ପୋଲିସ ହାତରେ ଛିନତାଇ ଗ୍ୟାଙ୍ଗ। ଗିରଫଦାରୀ ନେଇ ପୋଲିସର ପ୍ରେସ ରିଲିଜ । ଅଧିକ ପଢନ୍ତୁ
ବନ୍ଧା ହେଲ ଛିନତାଇ ଗ୍ୟାଙ୍ଗ : ବାଇକ,ମୋବାଇଲ ସହ ସୁନା ଚେନ ଜବତ
ବନ୍ଧା ହେଲ ଛିନତାଇ ଗ୍ୟାଙ୍ଗ : ବାଇକ,ମୋବାଇଲ ସହ ସୁନା ଚେନ ଜବତ
ଛଅ ମାସ ମଧ୍ୟରେ ଅନୁଗୋଳ ଟାଉନ ଥାନା ଏବଂ ସଦର ଥାନା ଅଞ୍ଚଳରେ ଘଟାଇଥିଲେ ୫ଟା ଅପରାଧ । ଦିନ ଦ୍ବିପ୍ରହରରେ ମହିଳା, ଯୁବତୀଙ୍କ ପିଛା କରି ସୁନାଚେନ ଛିଣ୍ଡାଇ ନେଉଥିଲେ। ଏଭଳି ଏକ ଛିନତାଇ ଗ୍ୟାଙ୍ଗ୍କୁ ଟାଉନ ଥାନା ପୁଲିସ ଗିରଫ କରିଛି। ସେମାନଙ୍କ ଠାରୁ ତିନି ବାଇକ, ମୋବାଇଲ, ସୁନା ଚେନ୍ ଜବତ କରିଛି ପୋଲିସ । ତେବେ ପୋଲିସ କେଉଁ ଅପରାଧୀଙ୍କୁ ଗିରଫ କରିଛି । ସେ ନେଇ କୌଣସି ସୂଚନା ପ୍ରେସ ରିଲିଜରେ ଦିଆ ହୋଇନାହିଁ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ