ଅନୁଗୋଳ:ବୁନ୍ଧକ ମୁନରେ ଲୁଟ । ସିସିଟିଭିରେ କଏଦ ଦୋକାନୀ ଲୁଟେରାଙ୍କ ଧସ୍ତାଧସ୍ତିର ଦୃଶ୍ୟ । ଅନୁଗୋଳଜିଲ୍ଲା ସଦର ଥାନା ଅନ୍ତର୍ଗତ କୁଇଓ ତାରିଣୀ ମନ୍ଦିର ନିକଟ ମା' ସନ୍ତୋଷୀ ଭଣ୍ଡାର ଦୋକାନରୁ ବନ୍ଧୁକ ମୁନରେ ଲୁଟ କରିଛନ୍ତି ଲୁଟେରା । ୬ ଜଣ ମୁଖାପିନ୍ଧା ଡକାୟତ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟ କରିଥିବା ବେଳେ ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ରାତି ପ୍ରାୟ ୮ଟା ବେଳେ ଏପରି ଲୁଟ ହୋଇଥିବା ବେଳେ ଦୋକାନର ମାଲିକ ଓ ତାଙ୍କ ପୁଅଙ୍କ ଉପରେ ଲୁଟେରାମାନେ ଆକ୍ରମଣ କରିଛନ୍ତି ।
କୁଇଓ ତାରିଣୀ ମନ୍ଦିର ନିକଟ ଏହି ଦୋକାନରେ ଗତକାଲି (ସୋମବାର) ରାତି ପ୍ରାୟ ୮ଟା ସମୟରେ ଦୋକାନର ମାଲିକ ଅମର ସାହୁ ଓ ତାଙ୍କ ବାପା ଦୋକାନରେ ବସିଥିଲେ । ଏହି ସମୟରେ ୨ଟି ବାଇକରେ ୬ ଜଣ ସଶସ୍ତ୍ର ଡକାୟତ ଆସି ହଠାତ୍ ଆକ୍ରମଣ କରିଥିଲେ । ଡକାୟତ ମାନଙ୍କ ପାଖରେ ଦୁଇଟି ମାଉଜର ଓ ୪ଟି ଖଣ୍ଡା ଥିଲା । ଆକ୍ରମଣ ବେଳେ ଉଭୟ ବାପା ଓ ପୁଅ କିଛି ସମୟ ପାଇଁ ସେମାନଙ୍କ ସହ ଲଢ଼ିଥିଲେ । କିନ୍ତୁ ମାରଣାସ୍ତ୍ର ଓ ମାଉଜର ଆଗରେ ସେମାନେ ସାମ୍ନା କରି ପାରିନଥିଲେ । ଡକାୟତମାନେ ଅମରଙ୍କ ବାପାଙ୍କୁ ଭୁଜାଲିରେ ଆକ୍ରମଣ କରିଥିବାରୁ ତାଙ୍କର ଗୋଡ଼ ଓ ପିଠିରେ ଆଘାତ ଲାଗିଛି ।
ଏହା ବି ପଢନ୍ତୁ- ବାପାକୁ ହତ୍ୟା ପରେ ୩୦ ଖଣ୍ଡ କରି କୂଅରେ ଫିଙ୍ଗିଲା ପୁଅ