ଓଡିଶା

odisha

ETV Bharat / state

କୋରୋନା କଟକଣା: ସାମାଜିକ ଦୁରତ୍ବକୁ ଗୁରୁତ୍ବ ଦେଉନାହାଁନ୍ତି ଲୋକେ - ଲକ ଡାଉନ ଓଡିଶା ଖବର

ଅନୁଗୋଳରେ ଲକ ଡାଉନ ପାଳନ କରାଯାଉଥିବା ବେଳେ କେତେକେ ସ୍ଥାନରେ ସାମାଜିକ ଦୂରତ୍ବ କଟକଣାକୁ ଅଧିକାଂଶ ଦୋକାନୀ ଓ ଜନ ସାଧାରଣ ମାନୁ ନଥିବା ଦେଖିବାକୁ ମିଳିଛି ।

lockdown in anugul
କୋରନା ସଚେତନତା କଥା ପାଟିରେ କହି କାମରେ କରୁନାହାନ୍ତି ଲୋକେ

By

Published : Mar 26, 2020, 12:51 PM IST

ଅନୁଗୋଳ: ସାରା ଦେଶରେ ଜାରି ରହିଛି ଲକ ଡାଉନ । ଅନୁଗୋଳରେ ଲକ ଡାଉନ ପାଳନ କରାଯାଉଥିବା ବେଳେ କେତେକେ ସ୍ଥାନରେ ସାମାଜିକ ଦୂରତ୍ବ କଟକଣାକୁ ଅଧିକାଂଶ ଦୋକାନୀ ଓ ଜନ ସାଧାରଣ ମାନୁ ନଥିବା ଦେଖିବାକୁ ମିଳିଛି ।

କୋରନା ସଚେତନତା କଥା ପାଟିରେ କହି କାମରେ କରୁନାହାନ୍ତି ଲୋକେ

ଅନୁଗୋଳ ଜିଲ୍ଲାରେ ଲକଡାଉନ ସମୟରେ ପୋଲିସ ଓ ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି। ସାମାଜିକ ଦୂରତା ପାଇଁ ବିଭିନ୍ନ ଦୋକାନ ଆଗରେ ଧଳା ରଙ୍ଗର ଗୋଲାକାର କରାଯାଇଛି। ଫଳରେ ଲୋକେ ସଠିକ ବ୍ୟବଧାନରେ ଠିଆ ହୋଇ ନିଜ ନିଜର ଔଷଧ ଓ ଅତ୍ୟାବଶ୍ୟକ ଜିନିଷ କିଣିପାରିବେ ।

କିନ୍ତୁ ଏହାକୁ ଅନେକ ସ୍ଥାନରେ ନା ଦୋକାନୀ ମାନୁଛନ୍ତି ନା ଲୋକେ। ହାଟ ବଜାରରେ ମଧ୍ୟ ଏହା ଦେଖିବାକୁ ମିଳିଛି। ଲୋକେ ସଚେତନତାର କଥା କହୁଛନ୍ତି କିନ୍ତୁ ପାଳନ କରୁ ନାହାନ୍ତି। ପୋଲିସ ଘନ ଘନ ପଇଁତରା ମାରୁଛି। ହେଲେ ସାମାଜିକ ଦୂରତ୍ବ କଟକଣାକୁ ସମ୍ପୂର୍ଣ ଭାବେ କାର୍ଯ୍ୟକାରୀ କରିବାରେ ସଫଳ ହୋଇପାରିନାହିଁ।

ଏହାର ମୁଖ୍ୟ କାରଣ ଏବେବି ଲୋକେ କୋରୋନାର ଭୟାବହତା ନେଇ ସଚେତନ ହୋଇପାରି ନାହାନ୍ତି। ଗତ ବୁଧବାର ଠାରୁ ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦିଆଯାଇଛି । ତେବେ ଯଦି ଏଥିରେ କୌଣସି ବ୍ୟକ୍ତି ଖିଲାପ କରନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ

ABOUT THE AUTHOR

...view details