ଓଡିଶା

odisha

ETV Bharat / state

ଫଳିଛି ଫଳ ମିଳୁନି ମୂଲ, ବିନା ବଜାରର ହନ୍ତସନ୍ତ ଲେମ୍ବୁ ଚାଷୀ - ଲକଡାଉନରେ ଲେମ୍ବୁ ବ୍ୟବସାୟ

ସାରା ରାଜ୍ୟରେ ଲେମ୍ବୁ ଚାଷ ପାଇଁ ଅଗ୍ରଣୀ ଜିଲ୍ଲୀ ଭାବେ ଜଣା ଯାଉଥିବା ଅନୁଗୁଳ ଜିଲ୍ଲାରେ ଏବେ ଚାଷୀଙ୍କୁ ଘାରିଛି ଲକଡାଉନ ଚିନ୍ତା । ଏବର୍ଷ ଆଶାଠାରୁ ଅଧିକ ଅମଳ ହୋଇଛି ସତ, ହେଲେ ଅଭାବୀ ବିକ୍ରିର ସାମ୍ନା କରୁଛନ୍ତି ଜିଲ୍ଲାର ଲେମ୍ବୁ ଚାଷୀ । ଅଧିକ ପଢନ୍ତୁ ...

lockdown effect in angul, lockdown in angul, lemon farmer in angul, lemon business, lemon business amid lockdown, angul latest news, ଅନୁଗୋଳରେ ଲକଡାଉନ ପ୍ରଭାବ, ଅନୁଗୋଳରେ ଲକଡାଉନ, ଅନୁଗୋଳର ଲେମ୍ବୁ ଚାଷୀ, ଲେମ୍ବୁ ଚାଷ, ଲେମ୍ବୁ ବ୍ୟବସାୟ, ଲକଡାଉନରେ ଲେମ୍ବୁ ବ୍ୟବସାୟ, ଅନୁଗୋଳ ଲାଟେଷ୍ଟ ନ୍ୟୁଜ୍‌
ଫଳିଛି ଫଳ ମିଳୁନି ମୂଲ, ବିନା ବଜାରର ହନ୍ତସନ୍ତ ଲେମ୍ବୁ କାରବାର

By

Published : Jul 3, 2020, 5:47 PM IST

Updated : Jul 3, 2020, 6:03 PM IST

ଅନୁଗୁଳ: ଖରା ହେଉ କି ବର୍ଷା ଅବା ହେଉ ଶୀତ ଦିନ, ପ୍ରତି ଋତୁରେ ଲେମ୍ବୁର ରହିଥାଏ ସ୍ବତନ୍ତ୍ର ଚାହିଦା । କେବେ ଲେମ୍ବୁ ପାଣି ଟିକେ ଖରାରୁ ହୋଇଥିବା ଥକାପଣ ହଟାଇ ଶୋଷ ମେଣ୍ଟାଏ ତ ପୁଣି କେତେବେଳେ ସାଧାରଣ ଖାଦ୍ୟର ସ୍ବାଦ ବଢାଏ ଲେମ୍ବୁ । ଏହି ଲେମ୍ବୁ ଉତ୍ପାଦନ ପାଇଁ ସାରା ରାଜ୍ୟରେ ଅନୁଗୁଳ ଜିଲ୍ଲା ଅଗ୍ରଣୀ ରହିଥିବା ବେଳେ ଏବେ ଲକଡାଉନ ମାଡରେ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇଛନ୍ତି ଲେମ୍ବୁ ଚାଷୀ । କେଉଁଠି ଲେମ୍ବୁ ବିକ୍ରି ପାଇଁ ବ୍ୟବସ୍ଥା ନାହିଁ ତ ପୁଣି କେଉଁଠି ବଜାର ଚାହିଦାଠାରୁ ଅଧିକ ଲେମ୍ବୁ ଆସୁଥିବାରୁ ବିକ୍ରି ହୋଇ ନପାରି ନଷ୍ଟ ହେଉଛି ଚାଷୀଙ୍କ ପରିଶ୍ରମ ।

ଫଳିଛି ଫଳ ମିଳୁନି ମୂଲ, ବିନା ବଜାରର ହନ୍ତସନ୍ତ ଲେମ୍ବୁ କାରବାର

ଅନୁଗୁଳ ଜିଲ୍ଲାରେ ଗତ 40 ବର୍ଷ ହେବ ଲେମ୍ବୁ ଚାଷ କରି ଜିଲ୍ଲାର ଜଣେ ବଡ ଲେମ୍ବୁ ଚାଷୀର ପରିଚୟ ପାଇଛନ୍ତି କୁମୁଦ ପ୍ରଧାନ । ପ୍ରାୟ 10 ଏକରରୁ ଅଧିକ ଜମିରେ କେବଳ ଲେମ୍ବୁ ଚାଷ କରିନ୍ତି । 1980 ମସିହାରୁ ଏହି ଚାଷ କରିଆସୁଥିବା କୁମୁଦ ପ୍ରତି ବର୍ଷ ପ୍ରାୟ 7ରୁ 8 ଲକ୍ଷ ଟଙ୍କାର ଲେମ୍ବୁ ବିକ୍ରି କରନ୍ତି । ହେଲେ ଚଳିତ ବର୍ଷର ଲକଡାଉନ କେବଳ ତାଙ୍କର ନୁହେଁ ବରଂ ଜିଲ୍ଲାର 70ରୁ ଊର୍ଦ୍ଧ୍ବ ଚାଷୀଙ୍କ ରୋଜଗାରରେ ଲଗାମ ଲଗାଇଦେଇଛି ।

କୁମୁଦଙ୍କ ବଗିଚାରୁ ଉତ୍ପାଦିତ ଲେମ୍ବୁ କଟକ, ଭୁବନେଶ୍ବର, ପାରାଦ୍ବୀପ, ରାଉରକେଲା, ଯାଜପୁର ଓ ଭଦ୍ରକ ଆଦି ଜିଲ୍ଲାକୁ ବିକ୍ରି ପାଇଁ ଯାଇଥାଏ । ହେଲେ ଲକଡାଉନ ପାଇଁ ଏବର୍ଷ ଏହି ରୋଜଗାର ବି ବନ୍ଦ । ଯେଉଁଠି ସମୟ ଥିଲା ଲେମ୍ବୁ ବସ୍ତା ପିଛା 2ରୁ 3 ହଜାର ଟଙ୍କାରେ ବିକ୍ରି ହେଉଥିଲା ଏବେ ସେଠି ଚାଷୀଙ୍କ ପକେଟକୁ ଆସୁଛି ମାତ୍ର 400ରୁ 500 ଟଙ୍କା । ତେଣେ ଲେମ୍ବୁ ତୋଳାରେ ନିୟୋଜିତ ଲୋକଙ୍କ ମଧ୍ୟ ଏବେ ଦୁର୍ଦ୍ଦିନରେ ।

ବର୍ଷକୁ ମୁଖ୍ୟତଃ ବର୍ଷା ଓ ଶୀତ ଋତୁରେ ଲେମ୍ବୁ ଅମଳ ହେଉଥିବା ବେଳେ ଏହି ଦୁଇ ଋତୁରେ ହିଁ ଚାଷୀ ବେଶ ଦୁଇ ପଇସା ରୋଜଗାର କରେ । ସେଥିରେ ପୁଣି ଶୀତ ଅପେକ୍ଷା ବର୍ଷା ଦିନେ ଅଧିକ ଲେମ୍ବୁ ଅମଳ ହେଉଥିବାରୁ ଏହି ସମୟରେ ଭଲ ରୋଜଗାର ଆଶାରେ ରହିଥାଆନ୍ତି ସମସ୍ତ ଚାଷୀ । କିନ୍ତୁ ଏଥରର କୋରୋନା ଲକଡାଉନରେ ଚାଷୀରେ ପେଟପାଟଣାରେ ସତେ ଯେମିତି ତାଲା ପଡିଯାଇଛି । ନା ବାହାରୁ ବେପାରୀ ଆସୁଛନ୍ତି ନା ସ୍ଥାନୀୟ ବେପାରୀ ଲେମ୍ବୁର ଉଚିତ୍‌ ମୂଲ୍ୟ ଦେଉଛନ୍ତି ।

ଏନେଇ ଜିଲ୍ଲା ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ କି ଫାର୍ମର ପ୍ରଡ୍ୟୁସର ଅର୍ଗାନାଇଜେସନ ମାଧ୍ୟମରେ ବିକ୍ରି ପାଇଁ ବ୍ୟବସ୍ଥା କରାଯିବ । ଆବଶ୍ୟକ ପଡ଼ିଲେ ଛୋଟ କୋଲ୍ଡ଼ ଚେନରେ ଉତ୍ପାଦିତ ଲେମ୍ବୁକୁ ରଖି ବାହାର ରାଜ୍ୟକୁ ରପ୍ତାନୀ କରାଯିବ । ତେବେ ସରକାର ସିନା ତଲାବନ୍ଦ କଟକଣା କୋହଳ କରି ଚାଷୀକୁ କଟକଣାରୁ ମୁକ୍ତ କରିଛନ୍ତି ହେଲେ ବଜାର ସୁବିଧା ନଥିବାରୁ ଚାଷୀ ପାଇଁ ଏହା କାଳ ହୋଇଛି । ଦେଖିବାକୁ ବାକି ରହିଲା କେବେ ସୁଧୁରୁଛି ପରିସ୍ଥିତି ଓ କେବେ ପୁଣି ସ୍ବାଭାବିକ ହେଉଛି ଲେମ୍ବୁ ଚାଷୀଙ୍କ ସ୍ଥିତି ।

ଅନୁଗୁଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Jul 3, 2020, 6:03 PM IST

ABOUT THE AUTHOR

...view details