ଓଡିଶା

odisha

ETV Bharat / state

ମାତିଛନ୍ତି ହାତୀପଲ, ଭୟରେ ଦିନ କାଟୁଛନ୍ତି ଗ୍ରାମବାସୀ - ଅନୁଗୋଳ ଖବର

ଅନୁଗୋଳ ଜିଲ୍ଲାରେ ଥମୁନି ହାତୀ ଉପଦ୍ରବ। ଜିଲ୍ଲାର ଛେଣ୍ତିପଦା ବସନ୍ତପୁର ଗାଁରେ ଘର ଭାଙ୍ଗିବା ସହ ସାଇକେଲ, ମଟର ସାଇକେଲ ଆଦି ଭାଙ୍ଗି ଦେଇଛିି ଦନ୍ତାହାତୀ । ଅଧିକ ପଢନ୍ତୁ...

ମାତିଛନ୍ତି ହାତୀପଲ, ଭୟରେ ଦିନ କାଟୁଛନ୍ତି ଗ୍ରାମବାସୀ
ମାତିଛନ୍ତି ହାତୀପଲ, ଭୟରେ ଦିନ କାଟୁଛନ୍ତି ଗ୍ରାମବାସୀ

By

Published : Mar 16, 2021, 10:39 PM IST

Updated : Mar 16, 2021, 10:59 PM IST

ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ଥମୁନି ହାତୀ ଉପଦ୍ରବ। ଜିଲ୍ଲାର ଛେଣ୍ତିପଦା ବସନ୍ତପୁର ଗାଁରେ ଘର ଭାଙ୍ଗିବା ସହ ସାଇକେଲ, ମଟର ସାଇକେଲ ଆଦି ଭାଙ୍ଗି ଦେଇଛିି ଦନ୍ତାହାତୀ । ହାତୀ ଉପଦ୍ରବକୁୁ ନେଇ ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ। ଜରପଡା ବନାଞ୍ଚଳ ବସନ୍ତପୁରୁ ଗାଁରେ ଏକ ଦନ୍ତାହାତୀ ବିଳମ୍ବିତ ରାତିରେ ପଶି ଉଦଣ୍ଡତା ଦେଖାଇଛି।

ଘର ଭାଙ୍ଗିବା ସହ ସାଇକେଲ ଓ ମଟରସାଇକେଲ ଭାଙ୍ଗିଥିବା ବେଳେ ଘରର ଅନ୍ୟ ଆସାବାବପତ୍ର ନଷ୍ଟ କରି ଦେଇଛି ହାତୀ। ବସନ୍ତପୁରୁ ଅଞ୍ଚଳରେ ୧୬ଟି ହାତୀ ଘୁରି ବୁଲୁଥିବା ବେଳେ ହାତୀ ପଲ୍ଲ ମଧ୍ୟରୁ ଗୋଟିଏ ଦନ୍ତାହାତୀ ଦଳରୁ ବାହାରି କୁମୁଦ ବିଶ୍ବାଳଙ୍କ ଆଜବେଷ୍ଟ ଘର ଉପରେ ଆକ୍ରମଣ କରିବା ସହ ଅନେକ ଜିନିଷ ନଷ୍ଟ କରି ଦେଇଛି । ଯାହାକୁ ନେଇ ଏବେ ଭୟରେ ରହିଛନ୍ତି ଅଞ୍ଚଳବାସୀ। ରାତି ତମାମ ହାତୀ ଭୟରେ କାଳତିପାତ କରୁଥିବା ବେଳେ ଏବେ ହାତୀପଲ ଗ୍ରାମ ପାଖ ଜଙ୍ଗଲରେ ଥିବା ସୂଚନା ରହିଛି । ଅନ୍ୟ ପକ୍ଷରେ ବନବିଭାଗ ନିକଟରେ କ୍ଷତିପୂରଣ ଦେବା ପାଇଁ କୁମୁଦଙ୍କ ପରିବାର ପକ୍ଷରୁ ଦାବି କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Mar 16, 2021, 10:59 PM IST

ABOUT THE AUTHOR

...view details