ଅନୁଗୋଳ:ରେଳ ଷ୍ଟେସନରେ ଆଜିଠାରୁ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଛି ଲାଇଫ ଲାଇନ ଏକ୍ସପ୍ରେସ ବା ହସ୍ପିଟାଲ ଇନ ଟ୍ରେନ । ଭାରତ ବର୍ଷର ପ୍ରଥମ ହସ୍ପିଟାଲ ଇନ ଟ୍ରେନ ଅନୁଗୋଳ ରେଳ ଷ୍ଟେସନରେ ଆଜି (ସୋମବାର) ଠାରୁ ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଉଛି। ସୋମବାର ଏହାକୁ ବିଧିବଦ୍ଧ ଭାବେ ଉଦଘାଟନ କରିଛନ୍ତି ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂ ।
ଦେଶରେ ପ୍ରଥମ, ଅନୁଗୋଳ ଷ୍ଟେସନରେ ସ୍ବାସ୍ଥ୍ୟସେବା ଯୋଗାଇବ ଲାଇଫ ଲାଇନ ଏକ୍ସପ୍ରେସ - ଅନୁଗୋଳ ଖବର
ରେଳ ଷ୍ଟେସନରେ ଆଜି ଠାରୁ ଲୋକଙ୍କୁ ମିଳିବ ସ୍ବାସ୍ଥ୍ୟସେବା । ଭାରତ ବର୍ଷର ପ୍ରଥମ ହସ୍ପିଟାଲ ଇନ ଟ୍ରେନ ଅନୁଗୋଳ ରେଳଷ୍ଟେସନରେ ଆଜି (ସୋମବାର) ଠାରୁ ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଉଛି। ଅଧିକ ପଢନ୍ତୁ
ପ୍ରଥମ ଦିନରେ ଆଖି ପାଇଁ ଅସୁବିଧା ଭାଗୁଥିବା ଲୋକଙ୍କ ଚକ୍ଷୁ ପରୀକ୍ଷା କରାଯାଇଛି। ଆସନ୍ତା 15 ଦିନ ଅର୍ଥାତ 30 ତାରିଖ ପର୍ଯ୍ୟନ୍ତ ଏଠାରେ ଆଖି ସମେତ କାନ, ଦାନ୍ତ, ଅସ୍ଥି, ମହିଳା ମାନେ ଭୋଗୁଥିବା ବିଭିନ୍ନ ରୋଗର ପରୀକ୍ଷା କରାଯିବ । ଆବଶ୍ୟକ ପଡିଲେ ଅସ୍ତ୍ରୋପଚାର କରାଯିବାର ବ୍ୟବସ୍ଥା ରହିଛି । ଇମ୍ପ୍ୟାଣ୍ଟକଟ ଇଣ୍ଡିଆ ଫାଉଣ୍ଡେସନ ପକ୍ଷରୁ ରେଳ ବିଭଗ,ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପକ୍ଷରୁ ଏହି ସ୍ୱାସ୍ଥ୍ୟ ସୁବିଧା ଯୋଗାଇବାର ବ୍ୟବସ୍ଥା ଆରମ୍ଭ ହୋଇଛି। ଆସୁଥିବା ଟ୍ରେନ ଇନ ହସ୍ପିଟାଲରେ ରହିଛି ସ୍ୱତନ୍ତ୍ର ଅପରେସନ ଥିଏଟର ସହ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାର ବ୍ୟବସ୍ଥା ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ