ଅନୁଗୋଳ: ଜିଲ୍ଲା ପାଇଁ ଗୌରବ ଆଣିଲେ ଟାଇକୋଣ୍ଡୋ ଗୁରୁ ଦୁଷ୍ୟନ୍ତ ନାଥ । ଟାଇକୋଣ୍ଡୋ କ୍ରୀଡାର ମୂଳଦୁଆ ପକାଇଥିବା ଗୁରୁ ଦୁଷ୍ୟନ୍ତ ନାଥଙ୍କୁ ମିଳିଛି ଜୀବନ ବ୍ୟାପି ସାଧନା ସମ୍ମାନ । ଟାଇକୋଣ୍ଡୋ ଖେଳର ପ୍ରଚାର ପ୍ରସାର ଦିଗରେ ଚିର କାଳ ସାଧନା ପାଇଁ ତାଙ୍କୁ ସାରା ରାଜ୍ୟର ଏକ ମାତ୍ର ଗୁରୁ ଭାବେ ଏହି ସମାନ ପ୍ରଦାନ କରିଛନ୍ତି ଭାରତ ବର୍ଷରେ ଟାଇକୋଣ୍ଡୋ କ୍ରୀଡାର ମୂଳଦୁଆ ପକାଇ ଥିବା ଗୁରୁ ଜିମି ଆର ଜଗତିଆନି । ଲକ୍ଷ୍ନୌ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଓଡ଼ିଶାର ଏକ ମାତ୍ର ଗୁରୁ ଭାବେ ଏହି ସମ୍ମାନ ଅର୍ଜନ କରିଛନ୍ତି ଗୁରୁ ଦୁଷ୍ୟନ୍ତ ନାଥ ।
ଏହା ମଧ୍ୟ ପଢନ୍ତୁ-୩୫ତମ ରାଜ୍ୟସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତା ଆରମ୍ଭ, ଭାଗ ନେଲେ ୨୪ ଜିଲ୍ଲାରୁ ୯୧୨ ପ୍ରତିଯୋଗୀ
ଟାଇକୋଣ୍ଡୋ କ୍ରୀଡାର ପ୍ରଚାର ପ୍ରସାର ଓ ଏହି କ୍ରୀଡାରେ ନୂଆ ନୂଆ କ୍ରୀଡ଼ାବିତ ସୃଷ୍ଟି କରାଇବାରେ ଦୁଷ୍ୟନ୍ତଙ୍କ ପ୍ରଚେଷ୍ଟା ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଲକ୍ଷ୍ନୌର ଲାଲବାଗ ଏଲୋର ବଣ୍ଟି ହଲରେ ଆୟୋଜିତ ଉତ୍ସବ ଟାଇକୋଣ୍ଡୋ ଅଫ ଇଣ୍ଡିଆର 47 ତମ ପ୍ରତିଷ୍ଠା ଦିବସରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଉତ୍ତର ପ୍ରଦେଶ ମନ୍ତ୍ରୀ ପବନ ସିଂ ଚୌହାନ ଓ ଗୁରୁ ଜିମି ଆର ଜଗତିଆନିଙ୍କ ଠାରୁ ଦୁଷ୍ୟନ୍ତ ଏପରି ସମ୍ମାନ ଗ୍ରହଣ କରିଛନ୍ତି । ଦୁଷ୍ୟନ୍ତଙ୍କ ଠାରୁ ଶିକ୍ଷା ଲାଭ କରି ଅନେକ ଛାତ୍ରଛାତ୍ରୀ ରାଜ୍ୟ ତଥା ଜିଲ୍ଲାର ଟେକ ରଖିଛନ୍ତି ।