ଓଡିଶା

odisha

ETV Bharat / state

ଜାଲ ସାର୍ଟିଫିକେଟରେ ଅଧ୍ୟାପକ ଚାକିରି, ଶିକ୍ଷା ବିଭାଗର ନିର୍ଦ୍ଦେଶ ପରେ ତଦନ୍ତ ଆରମ୍ଭ - ଅନୁଗୋଳ ଜରପଡ଼ା ପତିତପାବନ ଡିଗ୍ରି ମହାବିଦ୍ୟାଳୟ ଡୁପ୍ଲିକେଟ ପ୍ରମାଣପତ୍ରରେ ଅଧ୍ୟାପକ

ଅନୁଗୋଳ ଜିଲ୍ଲାର ଜରପଡ଼ା ଠାରେ ଥିବା ପତିତପାବନ ଡିଗ୍ରି ମହାବିଦ୍ୟାଳୟରେ ଜାଲ ପ୍ରମାଣପତ୍ର ଦେଇ ଅଧ୍ୟାପକ ଚାକିରି କରିବାକୁ ନେଇ ତଦନ୍ତ ଆରମ୍ଭ ହୋଇଛି । ଅଧ୍ୟାପକଙ୍କ ବିରୋଧରେ ଥାନାରେ ଏତଲା ଦେବାକୁ ଅନୁଗୋଳ ଉପଜିଲ୍ଲାପାଳଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ

ଜାଲ ସାର୍ଟିଫିକେଟରେ ଅଧ୍ୟାପକ ଚାକିରି, ଶିକ୍ଷା ବିଭାଗର ନିର୍ଦ୍ଦେଶ ପରେ ତଦନ୍ତ ଆରମ୍ଭ
ଜାଲ ସାର୍ଟିଫିକେଟରେ ଅଧ୍ୟାପକ ଚାକିରି, ଶିକ୍ଷା ବିଭାଗର ନିର୍ଦ୍ଦେଶ ପରେ ତଦନ୍ତ ଆରମ୍ଭ

By

Published : Jun 30, 2022, 10:49 PM IST

ଅନୁଗୋଳ: ଅଧ୍ୟାପକ କରିଛନ୍ତି ନିଜ ମାର୍କସିଟରେ ଜାଲିଆତି । ଜାଲ ପ୍ରମାଣପତ୍ର ଦେଇ କରିଛନ୍ତି ଚାକିରି । ଏହି ଘଟଣା ଜଣାପଡିବା ପରେ ଆରମ୍ଭ ହୋଇଛି ତଦନ୍ତ । ଘଟଣା ଘଟିଛି ଅନୁଗୋଳ ଜିଲ୍ଲାର ଜରପଡ଼ା ଠାରେ ଥିବା ପତିତପାବନ ଡିଗ୍ରି ମହାବିଦ୍ୟାଳୟରେ । ଏଠାକାର ଅର୍ଥନୀତି ଅଧ୍ୟାପକ ବିକାଶ ଚନ୍ଦ୍ର ମିଶ୍ର ଏଭଳି ଜାଲିଆତି କରିଥିବା ନଜରକୁ ଆସିବା ପରେ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଖୋଳତାଡ ।

ଜାଲ ସାର୍ଟିଫିକେଟରେ ଅଧ୍ୟାପକ ଚାକିରି, ଶିକ୍ଷା ବିଭାଗର ନିର୍ଦ୍ଦେଶ ପରେ ତଦନ୍ତ ଆରମ୍ଭ

ଅଧ୍ୟାପକଙ୍କ ବିରୋଧରେ ଥାନାରେ ଏତଲା ଦେବାକୁ ଅନୁଗୋଳ ଉପଜିଲ୍ଲାପାଳଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ତାଙ୍କ ବିରୋଧରେ ଶୃଙ୍ଖଳାଗତ ପ୍ରୋସିଡିଂ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ କହିଛି । ଏଭଳି ନିର୍ଦ୍ଦେଶ ପରେ ଅନୁଗୋଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପକ୍ଷରୁ କଲେଜରେ ଛାନଭିନ ଆରମ୍ଭ କରାଯାଇଛି । କାର୍ଯ୍ୟଳୟର ବରିଷ୍ଠ ଅଧିକାରୀ ମାନେ କଲେଜକୁ ଯାଇ ଅଧ୍ୟାପକ ବିକାଶ ଚନ୍ଦ୍ର ମିଶ୍ର ଚାକିରି ବେଳେ ଦେଇଥିବା କାଗଜପତ୍ରର ଯାଞ୍ଚ କରିଛନ୍ତି । ବିକାଶ ଚନ୍ଦ୍ର ମିଶ୍ର କୁଆଡେ ସମ୍ବଲପୁର ବିଶ୍ବବିଦ୍ୟାଳୟର ଏମ.ଏ ମାର୍କସିଟ୍ ଓ ପ୍ରମାଣପତ୍ର ଦେଇ ଜରପଡ଼ା ପତିତପାବନ ଡିଗ୍ରି ମହାବିଦ୍ୟାଳୟରେ ଅର୍ଥନୀତି ଅଧ୍ୟାପକ ଭାବେ ଚାକିରି କରିଛନ୍ତି, ଯାହାକୁ ନେଇ ଅଭିଯୋଗ ଉଠିଥିଲା ।

ଏପରି ଅଭିଯୋଗ ଆସିବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମ୍ବଲପୁର ବିଶ୍ବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଓ ଆସିଷ୍ଟାଣ୍ଡ ରେଜିଷ୍ଟ୍ରାର(ପରୀକ୍ଷା)ଙ୍କୁ ଏହାର ଯାଞ୍ଚ ପାଇଁ ଚିଠି ଲେଖାଯାଇଥିଲା । ଯାଞ୍ଚ ସମୟରେ ଜଣାପଡ଼ିଥିଲା ଯେ, ମିଶ୍ର ଦାଖଲ କରିଥିବା ମାର୍କସିଟ୍ ଓ ପ୍ରମାଣପତ୍ରରେ ଜାଲିଆତି ହୋଇଛି । ସେ ଦୁଇଟି ବିଷୟରେ ମାର୍କ ବଢ଼ାଇ ଦେଇଥିବା ବେଳେ ସମୁଦାୟ ମାର୍କରେ ବି ଜାଲିଆତି କରିଛନ୍ତି । ବ୍ଲକ ଗ୍ରାଣ୍ଟରେ ଗ୍ରାଣ୍ଟ-ଇନ୍-ଏଡ୍ ପାଇବାକୁ ସେ ଏମିତି କାରସାଦି କରିଥିବା ଜଣାପଡ଼ିଛି । ଏହା ଏକ ଅପରାଧ ହୋଇଥିବାରୁ ତାଙ୍କ ବିରୋଧରେ ତୁରନ୍ତ ଏତଲା ଦେବାକୁ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ଅନୁଗୋଳ ଉପଜିଲ୍ଲାପାଳଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁଆହାଯାଇଛି ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details