ଅନୁଗୋଳ: ଧରାପୃଷ୍ଠକୁ ବିରାଯିବେ ଧନଦାତ୍ରୀ ମା ଲକ୍ଷ୍ମୀ । ମାଙ୍କ ଆଗମନରେ ଧରା ଉତ୍ସବ ମୁଖରିତ ହୋଇଯିବା କଥା । ହେଲେ ଏଥର ପୂଜା ବଜାର ଫିକା ପଡିଛି । କାରଣ ଏଥର କୋରୋନା କଟକଣା ଲାଗିଛି ପୂଜା ଉତ୍ସବରେ । କେବଳ ବିଧି ରଖିବାକୁ ପୂଜା କରିବାକୁ ପ୍ରାସଶନ ଅନୁମତି ଦେଇଛି। ଯାହାକୁ ମାନି ମାଙ୍କୁ ପୁଜିବେ ଅନୁଗୋଳବାସୀ ।
ଅନୁଗୋଳ ଜିଲ୍ଲାର ଗଣପର୍ବ ହେଉଛି ଧନଦାତ୍ରୀ ଦେବୀ ଲକ୍ଷ୍ମୀଙ୍କ ପୂଜା ଉତ୍ସବ । ମାଙ୍କ ପୂଜାରେ ଅନୁଗୋଳ ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ସବୁଠି ଦେଖିବାକୁ ମିଳେ ଉତ୍ସବ । ଶହ ଶହ ମଣ୍ଡପରେ ମାଙ୍କୁ ପୂଜା କରାଯାଏ। 13 ଦିନ ବ୍ୟାପୀ ପୁରା ଜିଲ୍ଲା ଆଲୋକମାଳାରେ ସଜେଇ ହୋଇଥାଏ । ହେଲେ ଏଥର କୋରୋନା କାରଣରୁ ନିରାଡମ୍ବର ଭାବେ ମାଙ୍କ ପୂଜା ହେବ ।
କୋରୋନା କଟକଣାରେ ପୂଜା ପାଇବେ ମା ଗଜଲକ୍ଷ୍ମୀ କୋରୋନା ଗାଇଡଲାଇନ ଅନୁଯାୟୀ, ଆବଦ୍ଧ ମଣ୍ଡପରେ 7 ଜଣକ ମଧ୍ୟରେ ପୂଜା ପାଳିବାକୁ ନିର୍ଦେଶନମା ରହଛି । ଯାହାକୁ ମାନି ଏଥର ପୂଜା କରିବେ ଅନୁଗୋଳବାସୀ । ତେବେ କେବଳ ଅନୁଗୋଳ ସହରରେ 40 ଅଧିକ ମଣ୍ଡପରେ 13 ଦିନ ଧରି ମାଙ୍କୁ ପୂଜା କରାଯାଏ। ଏଥର କିନ୍ତୁ ସେସବୁ ହେବ ନାହିଁ । କେବଳ ଚାରିଫୁଟ ମୂର୍ତ୍ତି ନିର୍ମାଣ କରି ଛୋଟ ଛୋଟ ମଣ୍ଡପ କରି ମା ଙ୍କୁ ମାତ୍ର ତିନିଦିନ ପାଇଁ ପୂଜା କରାଯିବ।
କୋରୋନା କଟକଣାରେ ପୂଜା ପାଇବେ ମା ଗଜଲକ୍ଷ୍ମୀ କୋରୋନା କଟକଣାରେ ପୂଜା ପାଇବେ ମା ଗଜଲକ୍ଷ୍ମୀ କୁମାରପୂର୍ଣ୍ଣିମା ତିଥିରେ ପୂଜା ଆରମ୍ଭ ହେବାକୁ ଥିବାବେଳେ ଅନୁଗୋଳବାସୀ କଟକଣାକୁ ମାନି ମାଙ୍କୁ ଆରାଧନା କରିବେ ।
କୋରୋନା କଟକଣାରେ ପୂଜା ପାଇବେ ମା ଗଜଲକ୍ଷ୍ମୀ ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ