ଅନୁଗୋଳ: କୋର୍ଟ ପରିସରରୁ ଓକିଲଙ୍କ ମୃତଦେହ ଉଦ୍ଧାର । ଅନୁଗୋଳ କୋର୍ଟ ପରିସରରେ ଓକିଲଙ୍କ ମୃତଦେହ ପଡିଥିବାବେଳେ ଖବର ପାଇ ପୋଲିସ ମୃତଦେହକୁ ଉଦ୍ଧାର କରିଛି । ପ୍ରାଥମିକ ତଦନ୍ତରୁ ମୃତକ ଜଣକ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ନୂଆ ଓଡାପଡା ଗାଁର ପ୍ରତାପ କୁମାର ପଟ୍ଟନାୟକ ବୋଲି ଜଣାପଡିଛି।
କୋର୍ଟ ପରିସରରୁ ଓକିଲଙ୍କ ମୃତଦେହ ଉଦ୍ଧାର
ଅନୁଗୋଳ କୋର୍ଟ ପରିସରରେ ଓକିଲଙ୍କ ମୃତଦେହ ପଡିଥିବାବେଳେ ଖବର ପାଇ ପୋଲିସ ମୃତଦେହକୁ ଉଦ୍ଧାର କରିଛି ।
ଓକିଲଙ୍କ ମୃତଦେହ ଉଦ୍ଧାର
ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଦେଇଛି। ତେବେ ମୃତ୍ୟୁବରଣ କରିଥିବା ପ୍ରତାପ ପୂର୍ବରୁ ଜଣେ ଓକିଲ ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ ସେ କ୍ୟାନ୍ସରରେ ପୀଡିତ ହେବା ପରେ ସ୍ତ୍ରୀ ତାଙ୍କୁ ଛାଡି ପଳାଇଥିଲେ। ସେଦିନରୁ ସେ ମାନସିକ ଭାରସାମ୍ୟ ହରାଇ ଘୁରି ବୁଲୁଥିଲେ। 10 ଦିନ ହେଲା ଅନୁଗୋଳ କୋର୍ଟ ପରିସରରେ ସେ ବୁଲାବୁଲି କରୁଥିଲେ। ତେବେ ହଠାତ୍ ବୁଧବାର ସକାଳେ ତାଙ୍କ ମୃତଦେହ କୋର୍ଟ ପରିସରରେ ପଡିଥିବା ଦେଖିବାକୁ ମିଳିଥିଲା।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ