ଓଡିଶା

odisha

ETV Bharat / state

ଏପ୍ରିଲ ଆରମ୍ଭରୁ 41 ଡିଗ୍ରୀ ଉପରେ ପାରଦ, ଜନଜୀବନ ଅସ୍ତବ୍ୟସ୍ତ

ଅନୁଗୋଳରେ ଗତ 5 ଦିନ ହେବ ଲାଗି ରହିଛି ଗ୍ରୀଷ୍ମ ପ୍ରବାହ । ଫଳରେ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି । ଅଧିକ ପଢନ୍ତୁ...

By

Published : Mar 30, 2021, 4:05 PM IST

ଅନୁଗୋଳରେ 41 ଡିଗ୍ରୀ ଉପରେ ତାପମାତ୍ରା: ଜନ ଜୀବନ ଅସ୍ତବ୍ୟସ୍ତ
ଅନୁଗୋଳରେ 41 ଡିଗ୍ରୀ ଉପରେ ତାପମାତ୍ରା: ଜନ ଜୀବନ ଅସ୍ତବ୍ୟସ୍ତ

ଅନୁଗୋଳ: ଜିଲ୍ଲାରେ ଲାଗିରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ଲଗାତାର ଭାବେ ତାପମାତ୍ରା ୪୧ ଡିଗ୍ରୀ ଉପରେ ରହୁଥିବା ଦେଖିବାକୁ ମିଳୁଛି । ଫଳରେ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି ।

ଅନୁଗୋଳରେ 41 ଡିଗ୍ରୀ ଉପରେ ତାପମାତ୍ରା: ଜନ ଜୀବନ ଅସ୍ତବ୍ୟସ୍ତ

ତେବେ ଗତକାଲି(ସୋମବାର) ଜିଲ୍ଲାରେ ସର୍ବାଧିକ ୪୧.୧ ଡିଗ୍ରୀ ତାପମାତ୍ରା ଥିବାବେଳେ ଆଜି(ମଙ୍ଗଳବାର) ମଧ୍ୟାହ୍ନରୁ ଯେଉଁଭଳି ଭାବେ ଖରା ଅନୁଭୂତ ହେଉଛି ତାପମାତ୍ରା ୪୨ ଡିଗ୍ରୀ ଟପିଯିବାର ଆଶଙ୍କା ରହିଛି । ସକାଳ ୧୦ଟା ପରେ ଟାଇଁ ଟାଇଁ ଖରା । ସାଧାରଣ ଲୋକଙ୍କ ପାଇଁ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡିଛି । ଅଧିକାଂଶ ଲୋକ ଜରୁରୀ କାମନଥିଲେ ଘରୁ ବାହାରୁ ନାହାନ୍ତି । ମଧ୍ୟାହ୍ନ ୧୨ଟା ବାଜିଲେ ରାସ୍ତାଘାଟ ସବୁ ଶୂନଶାନ ହୋଇପଡୁଛି । ଥଣ୍ଡା ପାନୀୟ ଦୋକାନଗୁଡିକରେ ଲୋକଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି । ଅସହ୍ୟ ଓ ଅସମ୍ଭାଳ ହୋଇପଡିଛି ଖରା ସାଙ୍ଗକୁ ଝାଞ୍ଜି ପବନ । ତେବେ ଆଗକୁ ତାତି ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି ।

ଗତ ଏକ ମାସ ହେବ ଜିଲ୍ଲାର ଚର୍ତୁପାର୍ଶ୍ବକୁ ଲାଗିଥିବା ଜଙ୍ଗଲଗୁଡିକ ଜଳୁଛି । ଏହାର ପ୍ରଭାବରେ ତାପମାତ୍ରା ବୃଦ୍ଧି ପାଉଥିବା ପରିବେଶବିତମାନେ କହିଛନ୍ତି । ଏହାଛଡା ଜିଲ୍ଲାରେ ଥିବା ବ୍ୟାପକ କଳ କାରଖାନା ଓ ଖଣି ଖାଦନର ପ୍ରଭାବରେ ମଧ୍ୟ ପ୍ରତିବର୍ଷ ତାପମାତ୍ରା ବଢୁଛି । ପ୍ରବଳ ଖରା ଓ ତାପମାତ୍ରା ବୃଦ୍ଧି ଯୋଗୁଁ ଅନେକ ଗ୍ରାମାଞ୍ଚଳରେ ଜଳ ସମସ୍ୟା ସୃଷ୍ଟି ହେଲାଣି ।

ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି । ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲା ଯାଉଛି । ଗୃହପାଳିତ ପଶୁଙ୍କ ପାଇଁ ଗାଁ ଗାଁରେ ପିଇବା ପାଣିର ବ୍ୟବସ୍ଥା କରାଯାଇଛି । ଅଂଶୁଘାତକୁ ଦୃଷ୍ଟିରେ ରଖି ହସ୍ପିଟାଲରେ ସ୍ୱତନ୍ତ୍ର ୱାର୍ଡ ଖୋଲା ଯାଇଛି । ପ୍ରତ୍ୟକ ଦିନ ପଞ୍ଚାୟତସ୍ତରରୁ ରିପୋର୍ଟ ସଂଗ୍ରହ କରାଯାଉଛି । ତେବେ ଏଥିପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଥିବା ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।


ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details