ଅନୁଗୋଳ: ଜିଲ୍ଲାର ତାଳଚେର ଅଞ୍ଚଳରେ ପୁଣି ମାଟି ଦବିଛି । ଭୂତଳ କୋଇଲା ଖଣି ଯୋଗୁଁ ତାଳଚେର ଅଞ୍ଚଳରେ ବାରମ୍ବାର ମାଟି ଦବୁଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଆତଙ୍କ ସୃଷ୍ଟି ହୋଇଛି ।
ତାଳଚେରରେ ପୁଣି ଦବିଲା ମାଟି: ଲୋକେ ଭୟଭୀତ - talcher landslide ଲାୈେ
ଅନୁଗୋଳ ଜିଲ୍ଲା ତାଳଚେର ଅଞ୍ଚଳରେ ପୁଣି ମାଟି ଦବିଛି । ଫଳରେ ଲୋକେ ଭୟଭୀତ ହୋଇପଡିଛନ୍ତି । ଭୂତଳ କୋଇଲା ଖଣି କାରଣରୁ ମାଟି ଦବୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...
ତାଳଚେରରେ ପୁଣି ଦବିଲା ମାଟି
ଅନୁଗୋଳ ଜିଲ୍ଲା ତାଳଚେର ଅଞ୍ଚଳର ବାଘୁଆବୋଲର ଏକ ଦୋକାନ ନିକଟରେ ଥିବା କୂଅ ନିକଟରେ ମାଟି ଦବିଥିବା ଦେଖିବାକୁ ମିଳିଛି । ପ୍ରାୟ 5 ଫୁଟ ଓସାର 4 ଫୁଟ ଗଭୀର ମାଟି ଦବିଯାଇଛି । ଫଳରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଭୂତଳ କୋଇଲା ଖଣି ଯୋଗୁଁ ତାଳଚେର ଅଞ୍ଚଳରେ ବାରମ୍ବାର ମାଟି ଦବୁଥିଲେ ମଧ୍ୟ ସଠିକ ଭାବେ ବାଲି ଭର୍ତ୍ତି କରାଯାଉ ନହିଁ । ଯାହା ଫଳରେ ଏଭଲି ବାରମ୍ବାର ମାଟି ଦବୁଛି ଏବଂ ଲୋକଙ୍କ ପ୍ରତି ବିପଦ ସୃଷ୍ଟି କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
ଅନୁଗୋଳର ସଂଗ୍ରାମ କୁମାର ନାଥ, ଇଟିଭି ଭାରତ