ଓଡିଶା

odisha

ETV Bharat / state

କୋଇଲା ପରିବହନକୁ ନେଇ ତେଜିଲା ବିବାଦ - କୋଇଲା ପରିବହନକୁ ନେଇ ଅନୁଗୋଳରେ ମୁଣ୍ଡ ଟେକିଲା ବିବାଦ

ସ୍ଥାନୀୟ ଲୋକଙ୍କ ବଦଳରେ ଅନ୍ୟ କମ୍ପାନୀର ଗାଡିରେ କୋଇଲା ପରିବହନକୁ ବିରୋଧ କରିଛି ଅନୁଗୋଳର ତାଳଚେର ଜଗନ୍ନାଥ ଟ୍ରକ ଓନର୍ସ ଆସୋସିଏସନ । ସରକାର ଏହି ସମସ୍ୟାର ସମାଧାନ ନକଲେ ଏହାର ପରିଣାମ ଜଗନ୍ନାଥ କୋଇଲା ଖଣିକୁ ଭୋଗିବାକୁ ପଡିବ ବୋଲି ସଂଘ ଚେତାଇ ଦେଇଛି।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଅନୁଗୋଳ

By

Published : Sep 26, 2019, 11:01 AM IST

ଅନୁଗୋଳ: କୋଇଲା ପରିବହନକୁ ନେଇ ତେଜିଛି ବିବାଦ । ସ୍ଥାନୀୟ ଲୋକଙ୍କ ବଦଳରେ ଅନ୍ୟ କମ୍ପାନୀର ଟ୍ରକରେ କୋଇଲା ପରିବହନକୁ ବିରୋଧ କରିଛି ଅନୁଗୋଳର ତାଳଚେର ଜଗନ୍ନାଥ ଟ୍ରକ ଓନର୍ସ ଆସୋସିଏସନ ।

ସଂଘର ଅଭିଯୋଗ ଅନୁସାରେ, କୋଇଲା ଖଣି ପାଇଁ ସେମାନେ ନିଜର ଜମି ହରାଇ ସର୍ବସ୍ବାନ୍ତ ହୋଇଛନ୍ତି । ଏପରି ସ୍ଥଳେ ସେମାନେ ଲୋନ କରି ଟ୍ରକ କିଣିବା ସହ ଏଥିରେ କୋଇଲା ପରିବହନ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି । ସେରାବାଲି ନାମକ ଅନ୍ୟ ଏକ ସଂସ୍ଥା ଆସି କୋଇଲା ପରିବହନ କରିବାକୁ ବସିଛି । ଯାହା ତାଙ୍କ ପେଟ ପାଟଣାକୁ ଲାତ ମାରିବା ଭଳି ହୋଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଅନୁଗୋଳ

ଯଦି ଏପରି ହୁଏ ସେମାନେ ଆଉ କୋଇଲା ପରିବହନ କରିପାରିବେ ନାହିଁ । ଏହା ଯୋଗୁଁ ସେମାନେ ନିଜର ଜୀବିକା ହରାଇବେ । ଏହା ଯୋଗୁଁ କ୍ଷତି ସହିବେ ପ୍ରାୟ ୧୦୦ରୁ ଅଧିକ ଟ୍ରକ ମାଲିକ । ତୁରନ୍ତ ପ୍ରଶାସନ ସେମାନଙ୍କ ଦାବି ପ୍ରତି ନଜର ଦେବାକୁ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି । ଯଦି ସେରାବାଲି ଜୋର ଜବରଦସ୍ତ କୋଇଲା ପରିବହନ କରେ ତେବେ ତା’ର ପରିଣାମ ଜଗନ୍ନାଥ କୋଇଲା ଖଣିକୁ ଭୋଗିବାକୁ ପଡିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଅନୁଗୋଳରୁ ରାଜେନ୍ଦ୍ର ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details