ଓଡିଶା

odisha

ETV Bharat / state

କୋଇଲା ଖଣି ଅଚଳାବସ୍ଥା ନେଇ ଫେରାଦ ଶ୍ରମିକ ସଂଗଠନ

ଅନୁଗୋଳ ଜିଲ୍ଲା ତାଳଚେର କୋଇଲା ଖଣି ଅଞ୍ଚଳରେ ବାରମ୍ବାର ଖଣି ବନ୍ଦ ଆନ୍ଦୋଳନ ଯୋଗୁଁ ଖଣି କାର୍ଯ୍ୟ ହୋଇପାରୁନଥିବା ଅଭିଯୋଗ ଆଣିଛନ୍ତି ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକ ସଂଗଠନ ।

By

Published : Feb 17, 2019, 12:01 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: କୋଇଲା ଖଣିରେ ଦେଖାଯାଇଛି ଅଚଳାବସ୍ଥା ପରିସ୍ଥିତି । ଅନୁଗୋଳ ଜିଲ୍ଲା ତାଳଚେର କୋଇଲା ଖଣି ଅଞ୍ଚଳରେ ବାରମ୍ବାର ଖଣି ବନ୍ଦ ଆନ୍ଦୋଳନ ଯୋଗୁଁ ଖଣି କାର୍ଯ୍ୟ ହୋଇପାରୁନଥିବା ଅଭିଯୋଗ ଆଣିଛନ୍ତି ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକ ସଂଗଠନ ।

ଆଇନ ଶୃଙ୍ଖଳା ପରିସ୍ଥିତି କାରଣରୁ ଅନେକ ସମୟରେ ଖଣି ବନ୍ଦ ରହିବା ଭଳି ପରିସ୍ଥିତି ଉପୁଜିଛି । ଏହି କାରଣରୁ ଅନେକ ସମୟରେ କାର୍ଯ୍ଯପନ୍ଥା ହରାଉଛନ୍ତି ଅନେକ ଶ୍ରମିକ । ଏହାକୁ ନେଇ ଖଣି କାର୍ଯ୍ୟ ସ୍ବଭାବିକ କରିବା ପାଇଁ 4ଟି ଟ୍ରେଡ ୟୁନିଅନର ପ୍ରତିନିଧି ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି । ଆଇନ ଶୃଙ୍ଖଳା ଯୋଗୁଁ ଏମସିଏଲ ତାର କଣିହାଁ ଖଣିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଅନୁଗୋଳ
ଯଦି ଏଭଳି ହୁଏ, ତେବେ ଅନେକ ଲୋକ ଜୀବିକା ହରାଇବେ । ତୁରନ୍ତ ଖଣି ବନ୍ଦ ସମସ୍ୟାର ସମାଧାନ ପାଇଁ ଆଇଏନଟିଇଉସି, ବିଏମଏସ ଏଆଇଟିଇଉସି ହିନ୍ଦ ମଜଦୁର ସଭାର ପ୍ରତିନିଧିମାନେ ଦାବି କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details