ଅନୁଗୋଳ: ଜିଲ୍ଲାର ରେଙ୍ଗାଲି ଠାରେ ଥିବା ପାୱାର ଗ୍ରୀଡ଼ରେ କାର୍ଯ୍ୟରତ ଠିକା କର୍ମଚାରୀ ସଙ୍ଘ ପକ୍ଷରୁ କାର୍ଯ୍ୟାଳୟ ଆଗରେ ବିଭିନ୍ନ ଦାବି ନେଇ ଧାରଣା ଦିଆଯାଇଥିଲା । ଠିକା କର୍ମଚାରୀ ମାନଙ୍କୁ ମାସରେ 26 ଦିନ କାମ ଦିଆଯାଇ 20ଦିନର ଦରମା ଦିଆଯାଇଛି।
ଗତ 2ମାସରେ ସେମାନଙ୍କୁ 20 ଦିନ କାମ କରିବାକୁ ବାଧ୍ୟ କରାଗଲା । ଏହାଛଡା ବକେୟା ଦରମା ମଧ୍ୟ ଦିଆଯାଉନାହିଁ । ବାରମ୍ବାର ଅଭିଯୋଗ କଲେ ମଧ୍ୟ କର୍ତ୍ତୃପକ୍ଷ ସେମାନଙ୍କ ଅଭିଯୋଗ ଶୁଣୁ ନାହାଁନ୍ତି ।