ଓଡିଶା

odisha

ETV Bharat / state

କୋଇଲା ଭିତରେ ଚାପି ହୋଇଗଲେ ଶ୍ରମିକ, ଅଳ୍ପକେ ବର୍ତ୍ତିଲା ଜୀବନ - anugul latest news

ଅନୁଗୋଳ ତାଳଚେରସ୍ଥିତ ଅନନ୍ତ କୋଇଲା ଖଣିରେ ଚାପି ହୋଇ ରହିଥିବା ଶ୍ରମିକଙ୍କୁ ଜୀବିତ ଉଦ୍ଧାର କରାଯାଇଛି।

କୋଇଲା ଭିତରେ ଚାପି ହୋଇଗଲେ ଶ୍ରମିକ,
କୋଇଲା ଭିତରେ ଚାପି ହୋଇଗଲେ ଶ୍ରମିକ,

By

Published : Apr 13, 2021, 3:31 PM IST

Updated : Apr 13, 2021, 5:15 PM IST

ଅନୁଗୋଳ: କଥାରେ ଅଛି ରଖେ ହରି ତ ମାରେ କିଏ। ଯେଉଁଠି ଉପରଵାଲା ଉଦ୍ଧାର କରିବ ତାକୁ କିଏ ବା ମାରି ପାରିବ । ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ତାଳଚେରସ୍ଥିତ ଅନନ୍ତ କୋଇଲା ଖଣିରେ। କୋଇଲା ଭିତରେ ଚାପି ହୋଇ ରହିଥିବା ଶ୍ରମିକ ଜୀବିତ ଉଦ୍ଧାର ହୋଇଛି।

ନିଶ୍ଚିତ ମର୍ତ୍ୟୁ ମୁଖରୁ ବଞ୍ଚିଲେ ଶ୍ରମିକ

ଆଜି ଅନନ୍ତ କୋଇଲା ଖଣିରେ ରେଳ ଡବାରେ କୋଇଲା ବୋଝେଇ କରା ଯାଉଥିଲା। ସେତେବେଳେ ଜଣେ ଶ୍ରମିକ ଡବା ଭିତରେ ରହି ଯାଇଥିଲେ। ତାଙ୍କ ଉପରେ କୋଇଲା ପକାଇ ଦିଆ ଯାଉଥିଲା। ସେ ପ୍ରାଣ ବିକଳରେ ଚିତ୍କାର କରୁଥିଲେ ମଧ୍ୟ ନିଜେ ବାହାରିବା ପାଇଁ କୌଣସି ସୁଯୋଗ ନଥିଲା। ଫଳରେ ତାଙ୍କ ବେକ ପର୍ଯ୍ୟନ୍ତ କୋଇଲା ବୋଝେଇ କରା ଯାଇଥିଲା। କିନ୍ତୁ ତାଙ୍କ ଚିତ୍କାର ସେଠାରେ କାମ କରୁଥିବା ଆଉ କିଛି ଶ୍ରମିକ ଶୁଣି ପାରି ସେଠାକୁ ଦୌଡ଼ି ଯାଇ ଉଦ୍ଧାର କରିଥିଲେ। ଅଳ୍ପକେ ବର୍ତ୍ତିଗଲା ଏକ ବହୁ ମୂଲ୍ୟ ଜୀବନ । ଖବର ପାଇ ତୁରନ୍ତ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଓ ଅନ୍ୟମାନେ ସେଠାରେ ପହଞ୍ଚି ଡାକ୍ତରଖାନା ଆଣିଥିଲେ ।

ଏମସିଏଲର ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁ ଆଜି ଏଭଳି ଏକ ଘଟଣା ଘଟିଗଲା। ତେଣୁ ବିଧାୟକ ଏମ୍ସିଏଲ ଅଧିକାରୀଙ୍କୁ କଡା ଭାଷାରେ ନିନ୍ଦା କରିଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

Last Updated : Apr 13, 2021, 5:15 PM IST

ABOUT THE AUTHOR

...view details