ଓଡିଶା

odisha

ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ, ଝାରସୁଗୁଡାକୁ ହରାଇ କୁଚିଣ୍ଡା ଚମ୍ପିଆନ

By

Published : Dec 11, 2022, 10:25 PM IST

ସରିଲା ୧୧ତମ ହେମସୁରପଡା ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଫାଇନାଲ ମ୍ୟାଚରେ ଝାରସୁଗୁଡ଼ା ଦଳକୁ ୧-୦ ଗୋଲରେ ପରାସ୍ତ କରି ଚଳିତ ବର୍ଷର ଚମ୍ପିଆନ ହୋଇଛି କୁଚିଣ୍ଡା । ଅଧିକ ପଢ଼ନ୍ତୁ

ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ, ଝାରସୁଗୁଡାକୁ ହରାଇ କୁଚିଣ୍ଡା ଚମ୍ପିୟାନ
ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ, ଝାରସୁଗୁଡାକୁ ହରାଇ କୁଚିଣ୍ଡା ଚମ୍ପିୟାନ

ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ, ଝାରସୁଗୁଡାକୁ ହରାଇ କୁଚିଣ୍ଡା ଚମ୍ପିୟାନ

ଅନୁଗୋଳ: ଶେଷ ହୋଇଛି ୧୧ତମ ହେମସୁରପଡା ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ । ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ ପକ୍ଷରୁ ଏହି ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ ହୋଇଥିଲା । ଅନୁଗୋଳ ଶିବା ଫିଲ୍‌ଡରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଆଜି ଫାଇନାଲ ମ୍ୟାଚରେ ଝାରସୁଗୁଡ଼ା ଓ କୁଚିଣ୍ଡା ଦଳ ପରସ୍ପରକୁ ଭେଟିଥିଲେ । ତେବେ ଏଥିରେ ଝାରସୁଗୁଡ଼ା ଦଳକୁ ୧-୦ ଗୋଲରେ ପରାସ୍ତ କରି ଚଳିତ ବର୍ଷର ଚମ୍ପିଆନ ହୋଇଛି କୁଚିଣ୍ଡା ।

ଗତ ୭ ଦିନ ଧରି ଏହି ରାଜ୍ୟସ୍ତରୀୟ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ତେବେ ଆଜିର ଫାଇନାଲ ମ୍ୟାଚ ଆରମ୍ଭରୁ ବହୁ ଚିତାକର୍ଷକ ରହିଥିଲା । ଖେଳର ପ୍ରଥମାର୍ଦ୍ଧରେ କୁଚିଣ୍ଡା ଦଳ ଗୋଟିଏ ଗୋଲ ଦେଇଥିବାବେଳେ ଝାରସୁଗୁଡା ମ୍ୟାଚ୍‌ ଶେଷ ପର୍ଯ୍ୟନ୍ତ କୌଣସି ଗୋଲ ଦେବାରେ ଅକ୍ଷମ ହୋଇଥିଲା । ଫାଇନାଲ ମ୍ୟାଚ୍‌ରେ ମୁଖ୍ୟ ଅତିଥି ଭାବେ ଅନୁଗୋଳ କ୍ରିକେଟ ଆସୋସିଏସନର ସଭାପତି ତଥା ବିଜେପି ନେତା ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ଅନ୍ୟ ଅତିଥିମାନେ ମଧ୍ୟ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ଚମ୍ପିଆନ ଓ ରନର୍ସଅପ୍‌ ଦଳକୁ ଟ୍ରଫି ପ୍ରଦାନ କରିଥିଲେ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details