ଅନୁଗୋଳ: ଅଜଗରକୁ ଗିଳିଲା ଅହିରାଜ(king cobra eat python) । ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ କରଡାପଡା ଗାଁରେ ଏଭଳି ଦୃଶ୍ୟ ଦେଖାଯାଇଛି । ଏକ ୧୧ ଫୁଟର ଅହିରାଜ ସାପ ୬ଫୁଟ ଲମ୍ବର ଅଜଗର ସାପକୁ ଗିଳିଛି । ସାପଟି ଅଜଗରକୁ ଗିଳିବା ପରେ କରଡାପଡା ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଉଦ୍ଧାର କରାଯାଇଛି ।
ସୂଚନ ଅନୁଯାୟୀ, କରଡାପଡା ଗାଁରେ ଅହିରାଜ ସାପଟି ୬ଫୁଟ ଲମ୍ବର ଅଜଗର ସାପକୁ ଗିଳି ଦେଇ ଦଳ ବେହେରାଙ୍କ ରୋଷେଇ ଘର ଭିତରକୁ ପଶି ଯାଇଥିଲା । ପରିବାର ଲୋକେ ଘର ଭିତରେ ଏତେ ବଡ ସାପ ଦେଖି ଭୟଭୀତ ହୋଇ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ କର୍ମଚାରୀ ଲକ୍ଷ୍ମଣ ମିର୍ଦ୍ଧାଙ୍କ ସହ ଅନୁଗୋଳର ସର୍ପମିତ୍ର ଆଦିତ୍ୟ ବେହେରା, ସର୍ପ ଉଦ୍ଧାରକାରୀ ଶିବାନୀ ଦେହୁରୀଓ ତାଙ୍କ ସହଯୋଗୀମାନଙ୍କ ସହଯୋଗରେ ଅହିରାଜ ସାପକୁ ଉଦ୍ଧାର କରିଥିଲେ ।