ଅନୁଗୋଳ :ସାପକୁ ଗିଳିଲା ସାପ । ବିଷଧର ଅହିରାଜ ଏକ ଢମଣାକୁ ଗିଳି ଦେଇଥିବା ନଜରକୁ ଆସିଛି । ସାପ ଆଉ ଏକ ସାପ ଖାଇବା ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସାତକୋଶିଆ ଅଭୟାରଣ୍ୟର ଟିକରପଡ଼ା ଗାଁରେ। ଏକ ୧୩ ଫୁଟର ଅହିରାଜ ସାପ ଏକ ୭ ଫୁଟ ଲମ୍ବର ଢମଣା ସାପକୁ ଗିଳି ଗାଁର ନଦିଆ ବେହେରାଙ୍କ ଶଙ୍ଗା ଉପରେ ଥିଲା । ପରିବାର ଲୋକେ ଘର ଭିତରେ ଏତେ ବଡ଼ ସାପ ଦେଖି ନିକଟସ୍ଥ ସାତକୋଶିଆ ବନବିଭାଗକୁ ଖବର ଦେଇଥିଲେ ।
ଢମଣାକୁ ଗିଳିଲା ଅହିରାଜ, ଘର ଭିତରୁ ଉଦ୍ଧାର କଲା ଟିମ - ଅନୁଗୋଳରେ ସାପକୁ ଗିଳିଲା ସାପ
ସାପକୁ ଗିଳିଲା ସାପ । ବିଷଧର ଅହିରାଜ ଗିଳି ଦେଲା ଢମଣାକୁ । ଅଧିକ ପଢ଼ନ୍ତୁ
ଖବରପାଇ ବନ କର୍ମଚାରୀ ଅନୁଗୋଳର ସର୍ପମିତ୍ର ଆଦିତ୍ୟ ବେହେରା ଓ ସର୍ପ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅହିରାଜ ସାପକୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ପୂର୍ବରୁ ଗିଳିଥିବା ଢମଣା ସାପଟିକୁ ଅହିରାଜ ବାହାର କରି ଦେଇଥିଲା । ସେତେବେଳକୁ ଢମଣା ସାପଟି ମରି ସାରିଥିଲା ଏବଂ ଢମଣା ସାପଟି ପୂର୍ବରୁ ଖାଇଥିବା ଏକ ମଲା କୁକୁଡ଼ା ବାହାରିଥିଲା । ପରବର୍ତ୍ତୀ ସମୟରେ ସାପଟିକୁ ଟିକରପଡ଼ା ବନାଞ୍ଚଳ କାର୍ଯ୍ୟାଳୟକୁ ଅଣାଯାଇଥିଲା । ସାପଟି ସମ୍ପୂର୍ଣ୍ଣ ସୁସ୍ଥ ଅଛି । ପରେ ବନକର୍ମଚାରୀଙ୍କ ଉପସ୍ଥିତିରେ ନିକଟସ୍ଥ ସୁରକ୍ଷିତ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଥିଲା ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ