ଓଡିଶା

odisha

ETV Bharat / state

ସ୍ବାମୀଙ୍କୁ ଶ୍ବଶୁର ଅପହରଣ କରିଥିବା ଅଭିଯୋଗ ଆଣିଲେ ବୋହୂ

ପ୍ରେମ ବିବାହକୁ ବିରୋଧ କରି ପୁଅକୁ ନିଜ ଶ୍ବଶୁର ଅପହରଣ କରିଥିବା ନେଇ ନବ ବିବାହିତ ବୋହୂ ଅଭିଯାଗ ଆଣିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

By

Published : Sep 29, 2019, 3:03 PM IST

ଅନୁଗୋଳ: ପ୍ରେମ ବିବାହକୁ ବିରୋଧ କରି ପୁଅକୁ ଅପହରଣ କରିଛି ବାପା । ନିଜ ଶ୍ବଶୁର ବିରୁଦ୍ଧରେ ଏହି ଅଭିଯାଗ ଆଣିଛନ୍ତି ନବ ବିବାହିତ ବୋହୂ। ଏଭଳି ଏକ ଘଟଣା ଘଟିଛି ସମଲ ଥାନା ଅନ୍ତର୍ଗତ ଧୋବାପାଳ ଗାଁର। ନବ ବୋହୂ ପ୍ରଥମେ ସମଲ ଥାନା ଓ ପରେ ଏସପିଙ୍କ ନିକଟରେ ଅଭିଯାଗ କରିଥିବା ବେଳେ ସ୍ବାମୀଙ୍କର କୌଣସି ପତ୍ତା ମିଳିପାରିନାହିଁ । ତେବେ ଏହି ଘଟଣାରେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସୂଚନା ଅନୁସାରେ, ଧୋବାପାଳ ଗାଁର ପ୍ରଦ୍ୟୁମ୍ନ ପ୍ରଧାନଙ୍କୁ ସୁଭଦ୍ରା ସାହୁ ଗତ ମେ ମାସରେ ପ୍ରେମ ବିବାହ କରିଥିଲେ । ଏହି ବିବାହକୁ ପ୍ରଦ୍ୟୁମ୍ନଙ୍କ ବାପା ବିରୋଧ କରିଥିଲେ । ଏହାପରେ ଉଭୟ ସ୍ବାମୀ ଓ ସ୍ତ୍ରୀ ଏକାଠି ରହୁଥିଲେ । ହେଲେ ପ୍ରଦ୍ୟୁମ୍ନଙ୍କୁ ତାଙ୍କ ଶ୍ବଶୁର ଅପହରଣ କରିଥିବା ସୁଭଦ୍ରା ଅଭିଯୋଗ କରିଛନ୍ତି । ଘଟଣାକୁ ଛଅ ଦିନ ବିତିଯାଇଥିଲେ ବି ପ୍ରଦ୍ୟୁମ୍ନଙ୍କ କୌଣସି ଖୋଜଖବର ମିଳିପାରି ନାହିଁ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details