ଓଡିଶା

odisha

ETV Bharat / state

ବିରାଜିବେ ଧନଲକ୍ଷ୍ମୀ, ଅନୁଗୋଳରେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି - ଗଜଲକ୍ଷ୍ମୀ ପୂଜା

ଆସନ୍ତାକାଲି(ରବିବାର)ଠୁ ଆରମ୍ଭ ହୋଇଯିବ ଗଜଲକ୍ଷ୍ମୀ ପୂଜା । ଗଜଲକ୍ଷ୍ମୀ ପୂଜାକୁ ନେଇ ଉତ୍ସବମୁଖର ହୋଇଉଠିଛି ଅନୁଗୋଳର ପ୍ରତିଟି ପୂଜା ମଣ୍ଡପ । ପୂଜାକୁ ସୁରୁଖୁରୁରେ ସାରିବାକୁ କେନ୍ଦ୍ରୀୟ କମିଟି ପ୍ରସ୍ତୁତ। ଅଧିକ ପଢନ୍ତୁ

ବିରାଜିବେ ଧନଲକ୍ଷ୍ମୀ, ଅନୁଗୋଳରେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି
ବିରାଜିବେ ଧନଲକ୍ଷ୍ମୀ, ଅନୁଗୋଳରେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

By

Published : Oct 8, 2022, 6:00 PM IST

ଅନୁଗୋଳ:ଜାରି ରହିଛି ପାର୍ବଣ ଋତୁ, ଜଗତଜନନୀ ମା' ଦୁର୍ଗାଙ୍କ ମେଲାଣୀ ପରେ ଆସନ୍ତାକାଲି(ରବିବାର)ଠୁ ଆରମ୍ଭ ହୋଇଯିବ ଗଜଲକ୍ଷ୍ମୀ ପୂଜା । ଧରାପୃଷ୍ଠକୁ ଓହ୍ଲାଇ ଆସିବେ ଧନଦାତ୍ରୀ ମା ଲକ୍ଷ୍ମୀ । କୋରୋନା ଯୋଗୁଁ ଦୀର୍ଘ ଦୁଇ ବର୍ଷ ଫିକା ପଡିଥିବା ଲକ୍ଷ୍ମୀ ପୂଜାକୁ ଚଳିତ ବର୍ଷ ଧୁମଧାମାରେ ପାଳିବେ ରାଜ୍ୟବାସୀ, ଏନେଇ ଅନୁଗୋଳ ସହରରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । କେଉଁଠି ତୋରଣ ପ୍ରସ୍ତୁତିରେ କାରିଗର ବ୍ୟସ୍ତ ଥିବା ବେଳେ ଆଉ କେଉଁଠି ମାଙ୍କ ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର ।

ବିରାଜିବେ ଧନଲକ୍ଷ୍ମୀ, ଅନୁଗୋଳରେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ଗଜଲକ୍ଷ୍ମୀ ପୂଜାକୁ ନେଇ ଉତ୍ସବମୁଖର ହୋଇଉଠିଛି ଅନୁଗୋଳର ପ୍ରତିଟି ପୂଜା ମଣ୍ଡପ । ସହରେ ହେବାକୁ ଥିବା ପୂଜା ପାଇଁ ସବୁ ମଣ୍ଡପ ପ୍ରସ୍ତୁତି ଶେଷ ହୋଇଥିବା ବଳେ ସୁରୁଖୁରୁରେ ପୂଜାକୁ ପରିଚାଳନା କରିବା ପାଇଁ କେନ୍ଦ୍ରୀୟ ପୂଜା କମିଟି ସମସ୍ତ ପ୍ରସ୍ତୁତି ଶେଷ କରିଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ କମିଟି ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ରାତି ପାହିଲେ ଗଜଲକ୍ଷ୍ମୀ ପୂଜା, ସଜେଇ ହେଉଛି ଶିଳ୍ପ ନଗରୀ

ଗତ 2 ବର୍ଷ ଗଜଲକ୍ଷ୍ମୀ ପୂଜା ସହରରେ ଫିକା ପଡିଥିବା ବେଳେ ଚଳିତ ବର୍ଷ ବେଶ ଜାକଜମକର ସହ ଆୟୋଜନ କରାଯିବ । ଏଥର ସହରର 29ଟି ମଣ୍ଡପରେ 11 ଦିନ ଧରି ଧନଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରାଯିବ। ଏଥିପାଇଁ ସେଣ୍ଟ୍ରାଲ ସାଉଣ୍ଡ ସିଷ୍ଟମ ଲଗାଯିବ ସୁରକ୍ଷା ଦୃଷ୍ଟିରୁ ପୋଲିସ ଓ ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷପ ଗ୍ରହଣ କରାଯାଇଛି । ଏହା ବ୍ୟତୀତ ଜଳ ଯୋଗାଣ ପରିମଳ ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ବୋଲି କମିଟି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । 19 ତାରିଖର ଭସାଣି ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ସର୍କିଟ ହାଉସ ରାସ୍ତା ପରିବର୍ତ୍ତେ NH 55ରେ ଭସାଣି ଉତ୍ସବ କରାଯିବ । ମେଲଣରେ 12 ଟି ମେଢ଼ ସାମିଲ ହେବେ, ଥାନା ଛକ ଦେଇ ରାଜାଛକ, ବଜାର ଛକ ପରେ ପୁରା ସହର ପରିକ୍ରମା କରାଯିବ । ବାକି ମେଢ଼ ଗୁଡିକ ଦିଆଯାଇଥିବା ରୁଟରେ ଯାଇ ଭସାଣି କରିବେ । ଏନେଇ କେନ୍ଦ୍ରୀୟ କମିଟି ସହ ପୋଲିସ ପ୍ରଶାସନ ଆଲୋଚନା ହୋଇଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

ଚଳିତ ଥର ସହରରେ 30ରୁ ଅଧିକ ମଣ୍ଡପରେ ମା' ଗଜଲକ୍ଷ୍ମୀ ପୂଜା କରାଯିବାବେଳେ ବାହାରେ ୬୦ରୁ ଅଧିକ ମଣ୍ଡପରେ ପୂଜା ପାଇବେ । ତେଣୁ ସବୁଠି ପ୍ରସ୍ତୁତି ପର୍ବ ପ୍ରାୟତଃ ଶେଷ ପର୍ଯ୍ୟାୟରେ । କାଞ୍ଚନ ବଜାର ପୂଜା କମିଟି ପକ୍ଷରୁ କୋଲକାତାର ଏକ ପ୍ରସିଦ୍ଧ ଶିବ ମନ୍ଦିର ସଦୃଶ ବିଶାଳକାୟ ତୋରଣ କରାଯାଉଛି । ପୂଜା ପାଇଁ ଆଲୋକମାଳାରେ ସଜେଇ ହୋଇଛି ସାରା ସହର ।

ଇଟିଭଇ ଭାରତ, ଅନୁଗୋଳ

ABOUT THE AUTHOR

...view details