ଓଡିଶା

odisha

ETV Bharat / state

କାର୍ଗିଲ ବିଜୟ ଦିବସ: କାର୍ଗିଲ ହିରୋ ମାନସଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଅନୁଗୋଳବାସୀ - Kargil vijay diwas celibrated in Anugol

ଆଜି କାର୍ଗିଲ ବିଜୟ ଦିବସରେ କାର୍ଗିଲ ସହୀଦ ମାନସ ରଞ୍ଜନ ସାହୁଙ୍କ ବଳିଦାନକୁ ମନେ ପକାଇଲେ ଅନୁଗୋଳବାସୀ । ପାଳିତ ହେଲା ସହୀଦ ସ୍ମୃତି ସଭା। ଅଧିକ ପଢନ୍ତୁ...

ଆଜି କାର୍ଗିଲ ବିଜୟ ଦିବସ, କାର୍ଗିଲ ହିରୋ ମାନସଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ଅନୁଗୋଳବାସୀ
ଆଜି କାର୍ଗିଲ ବିଜୟ ଦିବସ, କାର୍ଗିଲ ହିରୋ ମାନସଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ଅନୁଗୋଳବାସୀ

By

Published : Jul 26, 2021, 5:58 PM IST

ଅନୁଗୋଳ : ଆଜି କାର୍ଗିଲ ବିଜୟ ଦିବସ । ୧୯୯୯ କାର୍ଗିଲ ଯୁଦ୍ଧରେ ଦେଶ ପାଇଁ ପ୍ରାଣବଳି ଦେଇଥିଲେ ଅନୁଗୋଳର ପୁଅ ମାସନ ରଞ୍ଜନ ସାହୁ । ଆଜି କାର୍ଗିଲ ବିଜୟ ଦିବସରେ ସହୀଦ ମାନସଙ୍କ ବଳିଦାନକୁ ମନେ ପକାଇଛନ୍ତି ଅନୁଗୋଳବାସୀ।

ସହରର କଳାକେନ୍ଦ୍ର ଠାରେ କାର୍ଗିଲ ବିଜୟ ଦିବସ ପାଳିତ ହୋଇଛି । ସହୀଦ ସ୍ମୃତି ପରିଷଦ ପକ୍ଷରୁ ଏହି ଦିବସ ପାଳନ ହୋଇଛି । ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗଦେଇ ସହୀଦ ମାସନଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ଆଜି କାର୍ଗିଲ ବିଜୟ ଦିବସ, କାର୍ଗିଲ ହିରୋ ମାନସଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ଅନୁଗୋଳବାସୀ

ସହୀଦ ପାଇଁ ଅନୁଗୋଳ ମାଟି ଆଜି ଗର୍ବିତ । ସହୀଦଙ୍କ ବାଳିଦାନ ସମସ୍ତଙ୍କ ପାଇଁ ପ୍ରେରଣା । ସହୀଦଙ୍କ ସର୍ବୋଚ୍ଚ ତ୍ୟାଗକୁ ମନେ ପକାଇ ସମସ୍ତେ ଦେଶ ମାତୃକାର ସେବା ପାଇଁ କାର୍ଯ୍ୟ କରିବାକୁ ମୁଖ୍ୟ ଅତିଥି ପରାମର୍ଶ ଦେଇଥିଲେ । ଏହି ଅବସର ସହର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇ ସହୀଦଙ୍କ ସ୍ମୃତି ଚାରଣ କରିଥିଲେ । ଅନୁଷ୍ଠାନ ପକ୍ଷରୁ ସେବା ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details