ଅନୁଗୋଳ: ରାସ୍ତା ଅତିକ୍ରମ କଲାବେଳେ କେନାଲରେ ପଡିଗଲା ଦନ୍ତା । ଉଦ୍ଧାର ପାଇଁ ବନ ବିଭାଗର ପ୍ରୟାସ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ବଜଝରାରେ ଥିବା ରେଙ୍ଗାଳୀ ନଦୀରେ।
ଗଲା କିଛିଦିନ ହେବ ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜ୍ୟର ପ୍ରାୟ ସମସ୍ତ ନଦୀର ପାଣି ଭର୍ତ୍ତି ରହିଛି । ତେବେ ଢେଙ୍କାନାଳରେ ରେଙ୍ଗାଳୀ କେନାଲରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇଛି । ଏହି କେନାଲ ପାଖରେ ଥିବା ରାସ୍ତା ଦେଇ ଗୋଟେ ଦନ୍ତା ହାତୀ ଯାଉଥିବାବେଳେ ଅଚାନକ ଖସିଗଲା । କେନାଲ ପାଣିରୁ ବାହାରିବା ପାଇଁ ହାତୀଟି ପହଁରୁଥିବା ଦେଖିବାକୁ ମିଳିଛି ।