ଓଡିଶା

odisha

ETV Bharat / state

ଲକଡାଉନରେ କଟାଯାଇଥିବା ଦରମା ପ୍ରଦାନ ଦାବିରେ ଶ୍ରମିକ ବିକ୍ଷୋଭ - ଜିନ୍ଦଲ ଷ୍ଟିଲ ଲିମିଟେଡ

ଲକ ଡାଉନ ସମୟରେ କଟାଯାଇଥିବା ଶ୍ରମିକଙ୍କ ଦରମା ପ୍ରଦାନ ଦାବିରେ ଆନ୍ଦୋଳନ କରିଛନ୍ତି ଅନୁଗୋଳ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର କମ୍ପାନୀରେ କାମ କରୁଥିବା ଠିକା କର୍ମଚାରୀ । ଅଧିକ ପଢନ୍ତୁ....

ଲକଡାଉନରେ କଟାଯାଇଥିବା ଦରମା ପ୍ରଦାନ ଦାବିରେ ଶ୍ରମିକ ବିକ୍ଷୋଭ
ଲକଡାଉନରେ କଟାଯାଇଥିବା ଦରମା ପ୍ରଦାନ ଦାବିରେ ଶ୍ରମିକ ବିକ୍ଷୋଭ

By

Published : Mar 3, 2021, 3:42 PM IST

ଅନୁଗୋଳ: ଲକ ଡାଉନ ସମୟରେ କଟାଯାଇଥିବା ଶ୍ରମିକଙ୍କ ଦରମା ପ୍ରଦାନ ଦାବିରେ ଆନ୍ଦୋଳନ କରିଛନ୍ତି ଅନୁଗୋଳ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର କମ୍ପାନୀରେ କାମ କରୁଥିବା ଠିକା କର୍ମଚାରୀ । କର୍ମଚାରୀମାନେ କମ୍ପାନୀ ବିରୋଧରେ ଅନୁଗୋଳ ଜିଲାପାଳଙ୍କ ଅଫିସ ସମ୍ମୁଖରେ ପ୍ରତିବାଦ କରିବା ସହ ଏକ ଦାବି ପତ୍ର ଦେଇଛନ୍ତି ।

ଲକଡାଉନରେ କଟାଯାଇଥିବା ଦରମା ପ୍ରଦାନ ଦାବିରେ ଶ୍ରମିକ ବିକ୍ଷୋଭ

ବହୁ ସଂଖ୍ୟାରେ ଠିକାଶ୍ରମିକ ଅନୁଗୋଳ ଷ୍ଟାଡିୟମରୁ ଏକ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିବା ସହ କମ୍ପାନୀ କାଟିଥିବା ସେମାନଙ୍କ ବକେୟା ଦରମା ପ୍ରଦାନ ଓ ସ୍ଥାୟୀ ନିଯୁକ୍ତି ପାଇଁ ଦାବି କରିଥିଲେ। ଏନେଇ ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି । କୋଭିଡ ଭଳି ସ୍ଥିତିରେ ଯେଉଁଭଳି ଶ୍ରମିକଙ୍କ ଦରମା କଟାଯାଇଛି ତାକୁ ତୁରନ୍ତ ପ୍ରଦାନ କରାଯାଉ ବୋଲି ଦାବି କରୁଛନ୍ତି ଶ୍ରମିକ । ଜିଏସପି ଏଲ ୱାର୍କର୍ସ ୟୁନିୟନ ଡାକରାରେ ଏହି ଆନ୍ଦୋଳନ କରାଯାଇଥିଲା।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details