ଓଡିଶା

odisha

ETV Bharat / state

ପାଞ୍ଚ ଦଫା ଦାବିରେ ଧାରଣାରେ ସାମ୍ବାଦିକ

ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସାମ୍ବାଦିକଙ୍କ ଆନ୍ଦୋଳନ । ପାଞ୍ଚ ଦଫା ଦାବି ନେଇ ଆନ୍ଦୋଳନ କରିଛନ୍ତି ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘର କର୍ମକର୍ତ୍ତା । ଅଧିକ ପଢ଼ନ୍ତୁ

ସରକାରଙ୍କ ଉଦେଶ୍ୟରେ ଦାବିପତ୍ର ।
ସରକାରଙ୍କ ଉଦେଶ୍ୟରେ ଦାବିପତ୍ର ।

By ETV Bharat Odisha Team

Published : Dec 2, 2023, 7:40 AM IST

ଅନୁଗୋଳ: ଧାରଣାରେ ବସିଛନ୍ତି ସାମ୍ବାଦିକ । ଲୋକଙ୍କ ଦାବିକୁ ଲୋକଲୋଚନକୁ ଆଣୁଥିବା ସାମ୍ବାଦିକ ନିଜ ହକ ପାଇବା ପାଇଁ ଧାରଣାରେ ବସିଛନ୍ତି । ଅନୁଗୋଳ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସାମ୍ବାଦିକମାନେ ଧାରଣା ଦେଇ ନିଜ୍‌ ହକ୍‌ ମାଗିଥିଲେ । ପାଞ୍ଚ ଦଫା ଦାବି ନେଇ ଆନ୍ଦୋଳନ କରିଛନ୍ତି ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘର କର୍ମକର୍ତ୍ତା । ଶାନ୍ତି ପୂର୍ଣ୍ଣ ଭାବରେ ଦାବିପତ୍ରକୁ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ।

ଲୋକଙ୍କ ସମସ୍ୟାକୁ ଲୋକଲୋଚନ ଆଣିବାରେ ସୁତ୍ର ସାଜନ୍ତି ଗଣମାଧ୍ୟମ । ସାମ୍ବାଦିକଙ୍କ ପାଇଁ ଲୋକଙ୍କୁ ତାଙ୍କ ହକ୍‌ ମିଳେ । ହେଲେ ସରକାର ସାମ୍ବାଦିକଙ୍କୁ ଅଣଦେଖା କରୁଛନ୍ତି । ଯାହାକୁ ନେଇ ସାମ୍ବାଦିକ ଧାରଣାରେ ବସି ନିଜ ହକ୍‌ ମାଗିଛନ୍ତି । ଅନୁଗୋଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ୫ ଦଫା ଦାବି ନେଇ ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ, ଅନ୍ୟ ରାଜ୍ୟ ପରି ଓଡିଶାରେ ବୟସ୍କ ସାମ୍ବାଦିକ ମାନଙ୍କୁ ପେନ୍‌ସନ୍ ପ୍ରଦାନ, ଅଧିସ୍ୱୀକୃତି କମିଟି ପୁନଃ ଗଠନ ଓ ବ୍ଲକ ଠାରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ବ୍ୟାପକ ଅଧିସ୍ୱୀକୃତି ପ୍ରଦାନ, ପ୍ରବର୍ତ୍ତିତ ସ୍ୱାସ୍ଥ୍ୟ ବୀମା ଯୋଜନାରେ ପିତାମାତା ଓ ୨୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ନିର୍ଭରଶୀଳ ସନ୍ତାନ ମାନଙ୍କୁ ସାମିଲ କରାଯିବା, ପ୍ରେସ୍ ଏକାଡେମୀ ଗଠନ ସହ ଭୁବନେଶ୍ୱରରେ ଏକାଡେମୀ କାର୍ଯ୍ୟାଳୟ ସ୍ଥାପନ ଇତ୍ୟାଦି । ୫ ଦଫା ଦାବିରେ ସାମ୍ବାଦିକ ମାନେ ଧାରଣା ଦେଇଥିଲେ । ଦାବି ଗୁଡିକ ପୂରଣ ପାଇଁ ଦାବି କରିଥିଲେ ସାମ୍ବାଦିକ ।

ଏହା ମଧ୍ୟ ପଢ଼ନ୍ତୁ....ଗାଡକଣ ଡମ୍ପିଙ୍ଗ ୟାର୍ଡ ଯାଇ ସ୍ଥିତି ଦେଖିଲେ ବିଜେପି ସଭାପତି ମନମୋହନ ସାମଲ

ଏହା ମଧ୍ୟ ପଢନ୍ତୁ:ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ତାରିଖ ଘୋଷଣା, ପ୍ରସ୍ତୁତି ଯୋରଦାର

ଉତ୍କଳ ସାମ୍ବାଦିକ ସଂଘ ଅନୁଗୋଳ ଶାଖା ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ରାଜ୍ୟ ଉପସଭାପତି ତଥା ଜିଲ୍ଲା ଶାଖା ସାଧାରଣ ସଂପାଦକ ଡକ୍ଟର ରଶ୍ମୀରଂଜନ ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଧାରଣାରେ ଉପଦେଷ୍ଟା ସଂଗ୍ରାମ ରଂଜନ ଦାସ, ଜିଲ୍ଲା ଉପସଭାପତି ଆଶିଷ୍ କୁମାର ସିଂ, ଶୁଭ୍ରରଂଜନ ଦାସ, ଆଠମଲ୍ଲିକ୍ ଶାଖା ସଭାପତି ସୁଧାଂଶୁ ଗାଇଗାରିଆଙ୍କ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ସାମ୍ବାଦିକ ଧାରଣାରେ ସାମିଲ ହୋଇଥିଲେ । ସାମ୍ବାଦିକଙ୍କ ଦାବି ସରକାର କେବେ ଶୁଣୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details