ଅନୁଗୋଳ: ବକେୟା ବିଦ୍ୟୁତ ବିଲ ଆଦାୟ ବେଳେ ବିଭାଗୀୟ ଜେଇଙ୍କୁ ମାଡ ଅଭିଯାଗ । ଆଜି ଅନୁଗୋଳ ଏନଜେଏନ କନିଷ୍ଠଯନ୍ତ୍ରୀଙ୍କୁ ମାଡ ମାରିଛନ୍ତି ବିଜୁଳି ଉପଭୋକ୍ତା । ଅଭିଯୁକ୍ତକୁ ଗିରଫ ଦାବିରେ କର୍ମଚାରୀଙ୍କ ଥାନା ଆଗରେ ଧାରଣା ଦେଇଛନ୍ତି ।
ସୂଚନା ଅନୁସାରେ କନିଷ୍ଠଯନ୍ତ୍ରୀ ଦୀପକ କୁମାର ପାତ୍ର ଅନ୍ୟ କର୍ମଚାରୀଙ୍କ ସହ ଅଙ୍ଗାରବନ୍ଧ ଗାଁରେ ବିଦ୍ୟୁତ ବିଲ ଆଦାୟ କରୁଥିଲେ । ସେହି ଗାଁର ସୁଶାନ୍ତ ଦାସଙ୍କ ଘରେ ବିଲ ଆଦାୟ କରିବାକୁ ଯାଇଥଲେ । ହଠାତ ସୁଶାନ୍ତ ଆସି ଦୀପକଙ୍କୁ ମାଡ଼ ମାରିବା ସହ ଧମକ ଚମକ ଦେଇ ସେଠାରେ ଦୀର୍ଘ ସମୟ ଅଟକ ରଖିଥିଲେ । ଖବର ପାଇ ପୋଲିସ ପହଞ୍ଚି ଉଦ୍ଧାର କରିଥିଲା । ଏନେଇ ଦୀପକ ଥାନାରେ ଅଭିଯୋଗ କରିବାପରେ ପୋଲିସ ସୁଶାନ୍ତକୁ ଧରିବା ପାଇଁ ପୁଣିଥରେ ଗାଁକୁ ଯାଇଥିଲା ।