ଅନୁଗୋଳ: ଜିନ୍ଦଲ କମ୍ପାନୀ ପାଇଁ ରାସ୍ତା ନିର୍ମାଣ ବେଳେ ଘଟିଛି ଅଘଟଣ । ମାଟି ଖୋଳୁଥିବା ମେସିନ ଧକ୍କାରେ ନାବାଳକ ମୃତ୍ୟୁକୁ ନେଇ ଉତ୍ତେଜନା । ଉତ୍ୟକ୍ତ ଲୋକେ ଜେସିବି ପୋଡ଼ିଦେବା ସହ କ୍ଷତିପୂରଣ ଦାବିରେ ଆନ୍ଦୋଳନ କରିଛନ୍ତି ।
ଅନୁଗୋଳ ଜିଲ୍ଲା ନିଶା ଥାନା କଳିଆକଟା ଗାଁ ରେ ଜିନ୍ଦଲ କମ୍ପାନୀ ପାଇଁ ମାଟି କାମ ଚାଲୁଥିବା ବେଳେ ଘଟିଛି ଅଘଟଣ । କାଳିଆକଟା ଗାଁର ସୁଜିତ ପ୍ରଧାନ ନାମକ ଜଣେ ବାଳକ ଗାଧୋଇବା ପାଇଁ ପୋଖରୀକୁ ଆସିଥିବା ବେଳେ ମାଟି ଖୋଳୁଥିବା ମେସିନ ଦୁର୍ଘଟଣା ଘଟାଇଥିଲା। ଫଳରେ ଘଟଣାସ୍ଥଳରେ ସୁଜିତଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ପରିସ୍ଥିତି ଏଭଳି ହୋଇଥିଲା ପୋଲିସ ଜନତା ମୁହାଁମୁହିଁ ଭଳି ସ୍ଥିତି ଉପୁଜିଥିଲା। ଲୋକେ ମାଟି ଖୋଳୁଥିବା ଦୁଇଟି ମେସିନକୁ ପୋଡିଦେଇ ଥିଲେ ।