ଓଡିଶା

odisha

By ETV Bharat Odisha Team

Published : Oct 9, 2023, 8:34 PM IST

Updated : Oct 9, 2023, 10:35 PM IST

ETV Bharat / state

ଜନସମ୍ପର୍କ ପଦଯାତ୍ରାରେ ଉପବାଚସ୍ପତି, ପ୍ରଶ୍ନ ଉଠାଇଲେ ବିରୋଧି

ବିଜେଡିର ଜନସମ୍ପର୍କ ପଦ ଯାତ୍ରା,ସାମିଲ ହେଲେ ଉପ ବାଚସ୍ପତି ରଜନୀକାନ୍ତ ସିଂହ । ବିରୋଧୀଙ୍କ ଆଣିଲେ ଅଭିଯୋଗ । ଅଧିକ ପଢନ୍ତୁ

ଅନୁଗୋଳରେ ବିଜେଡିର ଜନ ସମ୍ପର୍କ ପଦ ଯାତ୍ରା , ସାମିଲ ହେଲେ ଉପ ବାଚସ୍ପତି
ଅନୁଗୋଳରେ ବିଜେଡିର ଜନ ସମ୍ପର୍କ ପଦ ଯାତ୍ରା , ସାମିଲ ହେଲେ ଉପ ବାଚସ୍ପତି

ଜନସମ୍ପର୍କ ପଦଯାତ୍ରାରେ ଉପବାଚସ୍ପତି

ଅନୁଗୋଳ:ବିଜେଡିର ଦଳୀୟ କର୍ଯ୍ୟକ୍ରମରେ ସାମିଲ ହେଲେ ଓଡ଼ିଶା ବିଧାନସଭା ଉପବାଚସ୍ପତି । ପ୍ରଶ୍ନ କରିଲେ ବିରୋଧୀ । ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ରାଜ୍ୟର ପ୍ରମୁଖ ରାଜନୈତିକ ଦଳମାନେ ଜନସମ୍ପର୍କ କାର୍ଯ୍ୟକ୍ରମ ମାନ ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଶାସକ ଦଳ ମଧ୍ୟ ସାରା ରାଜ୍ୟରେ ଅକ୍ଟୋବର ୨ ଠାରୁ ଜନସମ୍ପର୍କ ପଦ ଯାତ୍ରା ଆରମ୍ଭ କରିଛି । ସେହିଭଳି ଅନୁଗୋଳ ଜିଲ୍ଲାରେ ମଧ୍ୟ ବିଜେଡିର ଜନସମ୍ପର୍କ ପଦ ଯାତ୍ରା ଆରମ୍ଭ ହୋଇଛି । ଏହି କାର୍ଯ୍ୟକର୍ମରେ ଉପ ବାଚସ୍ପତି ରଜନୀକାନ୍ତ ସିଂହଙ୍କୁ ଦେଖିବାକୁ ମିଳିଥିଲା । ଏହାକୁ ନେଇ ପ୍ରଶ୍ନ କରିଛନ୍ତି ବିରୋଧିୀ ।

ସୂଚନାଯୋଗ୍ୟ ଅନୁଗୋଳ ପୋୖରାଞ୍ଚଳ ହୁଲରିସିଂହା ଠାରେ ହୋଇଥିବା ଜନସମ୍ପର୍କ ପଦ ଯାତ୍ରାର ସଧାରଣ ସଭାରେ ସାମିଲ ହୋଇଥିଲେ ଉପ ବାଚସ୍ପତି । ସରକାରଙ୍କ ଲୋକଙ୍କ ପାଇଁ କରିଥିବା ଜନ୍ମରୁ ମୃତ୍ୟୁ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ବଖାଣି ଥିଲେ । ଜିଲ୍ଲାରେ ରହିଥିବା ସମମ୍ୟା ଉପରେ ଲୋକଙ୍କ ସହ ଆଲୋଚନା କରି ଶୀଘ୍ର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ....ଫୁଲବାଣୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରା, ଘରକୁ ଘର ବୁଲିଲା ଶଙ୍ଖ କ୍ୟାମ୍ପ

ଅନୁଗୋଳ ନିର୍ବାଚନ ମଣ୍ଡଳୀ ବଅଁରପାଳ ବ୍ଲକର କୁଲାଡ଼ ଗ୍ରାମ ପଞ୍ଚାୟତ, ନୂଆହତା ଗ୍ରାମ ପଞ୍ଚାୟତ ଓ ଅନୁଗୋଳ ପୌରପାଳିକା ୱାର୍ଡ ନଂ ୬,୭,୮ଓ୯ ଏବଂ ଅନୁଗୋଳ ବ୍ଲକ ଖିଣ୍ଡା ଗ୍ରାମ ପଞ୍ଚାୟତର ସୁରେନ୍ଦ୍ରପୁର ଓ ତେଲିଭୂଇଁ ଗ୍ରାମଠାରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଓଡିଶା ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ଓ ଜନ କଲ୍ୟାଣକାରୀ ଯୋଜନା ଏବଂ ନବୀନ ଓଡ଼ିଶାର ବିକାଶର ବାର୍ତ୍ତାକୁ ନେଇ ଘରେ ଘରେ ପଞ୍ଚାଇଥିଲେ ଦଳୀୟ କର୍ମୀ । ଅନୁଗୋଳ ପୌରପାଳିକା ଠାରେ ୬ନଂ ୱାର୍ଡ ଆମ୍ବେଦକର ନଗର ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ହୁଲୁରିସିଂହା ଗ୍ରାମ ପରିକ୍ରମା କରି ଦୋଳ ମଣ୍ଡପ ପଡ଼ିଆ ଠାରେ ଶେଷ ହୋଇଥିଲା ।

ଏହି ପଦଯାତ୍ରାରେ ଜିଲ୍ଲା ବିଜେଡ଼ି ସହ ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ କୁନ ବିହାରୀ ଦାସ, ଜିଲ୍ଲା ବିଜେଡ଼ି ସଭାପତି ମହେନ୍ଦ୍ର ବସ୍ତିଆ, ନଗରପାଳ ଅକ୍ଷୟ କୁମାର ସାମନ୍ତ, ନଗର ବିଜେଡ଼ି ସଭାପତି ବୃନ୍ଦାବନ ସ୍ୱାଇଁ, ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ ସହ ସମସ୍ତ କାଉନସିଲର ଏବଂ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ ।

ତେବେ କଥା ହେଉଛି ସାମ୍ବିଧାନିକ ପଦବୀରେ ଥାଇ ବିଧାନସଭାର ଉପବାଚସ୍ପତି ତଥା ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହଙ୍କ ଦଳୀୟ କାର୍ଯ୍ୟକ୍ରମରେ ସାମିଲକୁ ନେଇ ବିରୋଧୀ ଭିନ୍ନ ଢଙ୍ଗରେ ନେଉଛନ୍ତି । ବିଧାୟକ ଏହି ସାମ୍ବିଧାନିକ ପଦବୀର ମର୍ଯ୍ୟାଦା ହାନି କରାଯାଇଥିବା ବିରୋଧୀ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ,ଅନୁଗୋଳ

Last Updated : Oct 9, 2023, 10:35 PM IST

ABOUT THE AUTHOR

...view details