ଓଡିଶା

odisha

ETV Bharat / state

ଶିକ୍ଷା ବିଭାଗର ଅବହେଳାରୁ ମେଧାବୃତ୍ତି ପରୀକ୍ଷାରୁ ଛାତ୍ରଛାତ୍ରୀ ବଞ୍ଚିତ - ଅନୁଗୋଳ ଶିକ୍ଷା ବିଭାଗର ଅବହେଳା

ଶିକ୍ଷା ବିଭାଗ ଅଧିକାରୀଙ୍କ ଅବହେଳା ଯୋଗୁଁ ଅନ୍ଧାର ହୋଇଛି 8ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ଅବହେଳାର ଶିକାର ହୋଇ ଜାତୀୟ ମେଧାବୃତ୍ତି ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି ଏହି ଛାତ୍ରଛାତ୍ରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

By

Published : Nov 3, 2019, 7:35 PM IST

ଅନୁଗୋଳ: ଶିକ୍ଷା ବିଭାଗ ଅଧିକାରୀଙ୍କ ଅବହେଳା ଯୋଗୁଁ ଅନ୍ଧାର ହୋଇଛି 8ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ଅବହେଳାର ଶିକାର ହୋଇ ଜାତୀୟ ମେଧାବୃତ୍ତି ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି ଏହି ଛାତ୍ରଛାତ୍ରୀ । ଘଟଣାଟି ଦେଖିବାକୁ ମିଳିଛି କଣିହାଁ ବ୍ଲକ ଅନ୍ତର୍ଗତ ବଜ୍ରକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ରବିବାର ଜିଲ୍ଲାର 6ଟି କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିବାବେଳେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି ଏହି 8 ଛାତ୍ରଛାତ୍ରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ମୋଟ 2115 ଜଣ 8ମ ଓ 10ମ ଶ୍ରେଣୀର ଛାତ୍ରଛାତ୍ରୀ ଏହି ମେଧାବୃତ୍ତି ପରୀକ୍ଷା ଦେଇଥିଲେ । କିନ୍ତୁ ବଜ୍ରକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏହି 8ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ କେନ୍ଦ୍ରକୁ ଆସି ସେମାନଙ୍କ ପ୍ରବେଶ ପତ୍ର ନଥିବା ଜାଣିବାକୁ ପାଇଥିଲେ । ଏହି ପରୀକ୍ଷା ଦେବାକୁ ଅନଲାଇନରେ ଫର୍ମ ଡାଉନଲୋଡ କରି ପିଲାମାନେ ସେହି ଫର୍ମ ପୂରଣ କରନ୍ତି। ଏହାପରେ ନିଜ ନିଜ ସ୍କୁଲ ଜରିଆରେ ସମ୍ପୃକ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଦାଖଲ କରନ୍ତି।

ବ୍ଲକ ଶିକ୍ଷା ଅଧିକାରୀ ସେହି ଫର୍ମ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଜମା କରିବା ପରେ ଲଗଇନ କରାଯାଇଥାଏ। ଏହାପରେ ହିଁ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ପ୍ରବେଶ ପତ୍ର ମିଳେ। କିନ୍ତୁ ବଜ୍ରକୋଟ ସ୍କୁଲ ପିଲାମାନେ ସମସ୍ତ ପ୍ରକାର କାମ କରିଥିଲେ ମଧ୍ୟ ବ୍ଲକ ଶିକ୍ଷା ଅଧିକାରୀ ସେମାନଙ୍କ ଫର୍ମଗୁଡିକୁ ଜମା କରି ନଥିବାରୁ ପିଲାମାନେ ପରୀକ୍ଷା ଦେଇ ପାରିଲେ ନାହିଁ ।

ଏ ବାବଦରେ କଣିହାଁ ବ୍ଲକ ଶିକ୍ଷା ଅଧିକାରୀଙ୍କ କହିବା ଅନୁଯାୟୀ ତାଙ୍କ ତରଫରୁ ଫର୍ମ ଜମା କରାଯାଇଛି। କିନ୍ତୁ ଏହି ଦାୟିତ୍ବରେ ଥିବା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ବିଜ୍ଞାନ ପର୍ଯ୍ୟବେକ୍ଷକଙ୍କ କହିବା କଥା କି ତାଙ୍କ କାର୍ଯ୍ୟାଳୟକୁ ବଜ୍ରକୋଟ ସ୍କୁଲର କୌଣସି ଫର୍ମ ଆସିନି। ଏହାକୁ ନେଇ ଅଭିବାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହ ଅବହେଳା କରିଥିବା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details