ଅନୁଗୋଳ: କେମିତି ହେବ ଶିଳ୍ପର ଉନ୍ନତି । କ’ଣ କଲେ ଶିଳ୍ପ କ୍ଷେତ୍ରରେ ଅଗ୍ରଗତି ଆସିପାରିବ ଆଉ ଲୋକେ ରୋଜଗାରକ୍ଷମ ହୋଇ ପାରିବେ। ଏହାର ବାସ୍ତବ ସ୍ଥିତି ପରଖିବା ସହ ଶିଳ୍ପ ସଂସ୍ଥା ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆରମ୍ଭ ହୋଇଛି ଇଣ୍ଡଷ୍ଟ୍ରି କେୟାର । ଆଉ ଶିଳ୍ପ ଜିଲ୍ଲା ଅନୁଗୋଳ ଓ ଢେଙ୍କାନାଳର ଶିଳ୍ପାୟନ ଓ ଶିଳ୍ପ ସଂସ୍ଥାମାନଙ୍କର ସମସ୍ୟା ଓ ଏହାର ସମାଧାନର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ । ଅନୁଗୋଳ ନାଲକୋ ଅଡିଟୋରୀୟମ ଠାରେ ଉଭୟ ଜିଲ୍ଲାର 42 ବୃହତ ଶିଳ୍ପର ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ଅସିତ ତ୍ରିପାଠୀ। '
‘ଇଣ୍ଡଷ୍ଟ୍ରି କେୟାର' ମାଧ୍ୟମରେ କିଭଳି ଶିଳ୍ପ ସଂସ୍ଥାମାନକୁ ସେମାନଙ୍କର ସମସ୍ୟାର ଉପଯୁକ୍ତ ସମାଧାନ କରାଯିବ, ତାର ସମୀକ୍ଷା କରିଛନ୍ତି । ଆଗକୁ ଅନୁଗୋଳ ଜିଲ୍ଲାରେ 9ଟି ନୂଆ କୋଇଲା ଖଣି ହେବାକୁ ଥିବାରୁ ତାର କୋଇଲା ପରିବହନ ପାଇଁ କୋଲ କରିଡର କରିବାର ଆବଶ୍ୟକତା ରହିଥିବା କହିଛନ୍ତି ଅସିତ ତ୍ରିପାଠୀ । ଏହା ବ୍ୟତୀତ ନାଲକୋରେ ହେବାକୁ ଥିବା 236 ଏକର ଆଲୁମିନିୟମ ପାର୍କର ସମ୍ପ୍ରସାରଣ କରାଯାଇ 500 ଏକରକୁ ବୃଦ୍ଧି କରାଯିବା ସହ ଆଉ ଦୁଇଟି ନୂତନ MSME ପାର୍କ କରାଯିବାକୁ ଯୋଜନା କରାଯାଇଛି ।