ଓଡିଶା

odisha

ETV Bharat / state

ଅନୁଗୋଳରେ ଦେଶର ପ୍ରଥମ ହସ୍ପିଟାଲ ଟ୍ରେନ, ମିଳିବ ମାଗଣା ଅତ୍ୟାଧୁନିକ ଚିକିତ୍ସା - ଅନୁଗୋଳରେ ଲାଇଫଲାଇନ ଟ୍ରେନ

ଅନୁଗୋଳରେ ପହଞ୍ଚିଲା ଭାରତର ପ୍ରଥମ ହସ୍ପିଟାଲ ଇନ ଟ୍ରେନ । ଆସନ୍ତା ୧୫ ତାରିଖରୁ ୩୦ ତାରିଖ ଯାଏଁ ଅନୁଗୋଳ ଷ୍ଟେସନରେ ମାଗଣା ଚିକିତ୍ସା ଯୋଗାଇବ ଏହି ଅତ୍ୟାଧୁନିକ ଟ୍ରେନ । ଦେଶର କୋଣ ଅନୁକୋଣରୁ ଅଭିଜ୍ଞ ଡାକ୍ତର ଆସି କରିବେ ଚିକିତ୍ସା । ଅଧିକ ପଢନ୍ତୁ...

ଅନୁଗୋଳରେ ପହଞ୍ଚିଛି ହସ୍ପିଟାଲ ଇନ ଟ୍ରେନ, ମାଗଣା ଚିକିତ୍ସା ପାଇବେ ଲୋକେ
ଅନୁଗୋଳରେ ପହଞ୍ଚିଛି ହସ୍ପିଟାଲ ଇନ ଟ୍ରେନ, ମାଗଣା ଚିକିତ୍ସା ପାଇବେ ଲୋକେ

By

Published : Nov 14, 2021, 11:39 AM IST

ଅନୁଗୋଳ: ଭାରତ ତଥା ବିଶ୍ବର ପ୍ରଥମ ହସ୍ପିଟାଲ ଇନ ଟ୍ରେନ ଏବେ ଅନୁଗୋଳରେ ପହଞ୍ଚିଛି । ଆସନ୍ତାକାଲି(ସୋମବାର) ଠାରୁ ୩୦ ତାରିଖ ଯାଏଁ ଏହି ହସ୍ପିଟାଲ ଟ୍ରେନ ଅନୁଗୋଳ ଷ୍ଟେସନରେ ରହିବ । ଏହି ଟ୍ରେନର ନାମ ଜୀବନରେଖା ଏକ୍ସପ୍ରେସ । ଟ୍ରେନ ଭିତରେ ଅତ୍ୟାଧୁନିକ ଚିକିତ୍ସା ଉପକରଣ ସହ ବିଭିନ୍ନ ପ୍ରକାର ସ୍ବାସ୍ଥାସେବାର ବ୍ୟବସ୍ଥା ରହିଛି । ତେଣୁ ଏହାକୁ ହସ୍ପିଟାଲ ଇନ ଟ୍ରେନ କୁହାଯାଉଛି । ଟ୍ରେନଟି ବର୍ତ୍ତମାନ ଅନୁଗୋଳରେ ପହଞ୍ଚିଥିବାବେଳେ ଦେଶର କୋଣ ଅନୁକୋଣରୁ ଅଭିଜ୍ଞ ଡାକ୍ତରମାନେ ଆସି ଏଠାରେ ରୋଗୀଙ୍କୁ ଚିକିତ୍ସା କରିବେ । ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା କରାଯିବା ସହ ଆବଶ୍ୟକ ଉପକରଣ ଏବଂ ଔଷଧ ଯୋଗାଇ ଦିଆଯିବାର ବ୍ୟବସ୍ଥା ମଧ୍ୟ ରହିଛି । ତେଣୁ ଜିଲ୍ଲାବାସୀ ଏହି ହସ୍ପିଟାଲ ଇନ ଟ୍ରେନର ସୁବିଧା ନେବାକୁ ଅନୁରୋଧ କରିଛନ୍ତି ଏହାର ପରିଚାଳନା ସଂସ୍ଥା 'ଇମ୍ପାକ୍ଟ ଇଣ୍ଡିଆ ଫାଉଣ୍ଡେସନ'।

ଅନୁଗୋଳରେ ପହଞ୍ଚିଛି ହସ୍ପିଟାଲ ଇନ ଟ୍ରେନ, ମାଗଣା ଚିକିତ୍ସା ପାଇବେ ଲୋକେ

ଜୀବନ ରେଖା ଏକ୍ସପ୍ରେସ ହେଉଛି ଭାରତ ବର୍ଷର ପ୍ରଥମ ହସ୍ପିଟାଲ ଇନ ଟ୍ରେନ । ଯେଉଁଥିରେ ଅସ୍ତ୍ରୋପଚାର ପାଇଁ ରହିଛି ସ୍ବତନ୍ତ୍ର ବଗି । ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ଅଭିଜ୍ଞ ଡାକ୍ତର ଅଛନ୍ତି । ଆଖି ହେଉ କି କାନ କିମ୍ବା ଦାନ୍ତ ସବୁର ସଫଳ ଚିକିତ୍ସା ଓ ଅସ୍ତ୍ରୋପଚାର ପାଇଁ ସୁବନ୍ଦୋବସ୍ତ କରାଯାଇଛି । ଖାଲି ସେତିକି ନୁହେଁ, ଫଟା ଓଠରେ ଅସ୍ତ୍ରୋପଚାର ସହିତ ଅସ୍ଥି ଜନିତ ଯେକୌଣସି ଅସ୍ତ୍ରୋପଚାର ଏହି ଟ୍ରେନରେ କରାଯିବାର ବ୍ୟବସ୍ଥା ରହିଛି । ଭାରତ ବର୍ଷର ବହୁ ଅଭିଜ୍ଞ ଡାକ୍ତର ଏଠାରେ ଆସି ରୋଗୀଙ୍କୁ ମାଗଣାରେ ସ୍ବାସ୍ଥ୍ୟ ସେବା ଯୋଗାଇବେ । ଆବଶ୍ୟକ ପଡ଼ିଲେ ଯେଉଁମାନଙ୍କର ଅସ୍ତ୍ରୋପଚାର ଦରକାର ତାହା ମଧ୍ୟ କରାଯିବ । ଇମ୍ପାକ୍ଟ ଇଣ୍ଡିଆ ଫାଉଣ୍ଡେସନ ଦ୍ବାରା ପରିଚାଳିତ ଏହି ଲାଇଫଲାଇନ ବା ଜୀବନରେଖା ଏକ୍ସପ୍ରେସ ଟ୍ରେନ ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟସେବା ପ୍ରଦାନ କରିବ ।

ଏହି ଲାଇଫଲାଇନ ଟ୍ରେନରେ ୭ଟି ବଗି ରହିଛି । ସେଥିମଧ୍ୟରୁ ତିନୋଟି ବଗିରେ ଓଟି ବା ଅପରେସନ ଥିଏଟର ଅଛି । ଏହାବ୍ୟତୀତ ରୋଗ ପରୀକ୍ଷା ପାଇଁ ସ୍ବତନ୍ତ୍ର ଲାବ୍ରୋଟୋରୀ ସହ ଆବଶ୍ୟକୀୟ ପରୀକ୍ଷା ସରଞ୍ଜାମର ବ୍ୟବସ୍ଥା ରହିଛି । ବଡ କଥା ହେଉଛି, ଦିଲ୍ଲୀ ସମେତ ମୁମ୍ବାଇ, ବାଙ୍ଗାଲୋର ଓ ଅନ୍ୟାନ୍ୟ ସ୍ଥାନରୁ ଅଭିଜ୍ଞ ଡାକ୍ତରମାନେ ଏଠାରେ ଲୋକଙ୍କ ଚିକିତ୍ସା କରିବେ । ଏହି ଟ୍ରେନ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଅନୁଗୋଳ ଷ୍ଟେସନରେ ରହିବ । 15 ତାରିଖରୁ ଏଠାରେ ଚିକିତ୍ସା ସୁବିଧା ପାଇପାରିବେ ଲୋକେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details