ଓଡିଶା

odisha

ETV Bharat / state

ସାଇକେଲ ରାଲି ମାଧ୍ୟମରେ ଭାରତୀୟ ଭାଷା ସୁରକ୍ଷା ଅଭିଯାନ - anugul Language Protection campaign

ମାତୃଭାଷାର ପ୍ରୟୋଗ ପାଇଁ ରାଷ୍ଟ୍ରୀୟ ଭାଷା ଆନ୍ଦୋଳନ ଅନୁଷ୍ଠାନ ପକ୍ଷରୁ ଅନୁଗୋଳରେ ସାଇକେଲ ରାଲି ଅନୁଷ୍ଠିତ । ଅଧିକ ପଢନ୍ତୁ...

ସାଇକେଲ ରାଲି ମାଧ୍ୟମରେ ଭାରତୀୟ ଭାଷା ସୁରକ୍ଷା ଅଭିଯାନ
ସାଇକେଲ ରାଲି ମାଧ୍ୟମରେ ଭାରତୀୟ ଭାଷା ସୁରକ୍ଷା ଅଭିଯାନ

By

Published : Feb 13, 2021, 5:14 PM IST

ଅନୁଗୋଳ: ଦେଶର ବିଚାର ବ୍ୟବସ୍ଥାରେ ନିଜ ରାଜ୍ୟ ମାତୃଭାଷାର ପ୍ରୟୋଗ ପାଇଁ ଆରମ୍ଭ ହେଇଛି ଭାରତୀୟ ଭାଷା ଅଭିଯାନ । ଏନେଇ ଅନୁଗୋଳରେ ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ରାଷ୍ଟ୍ରୀୟ ଭାଷା ଆନ୍ଦୋଳନ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି ସାଇକେଲ ରାଲି ସହରର ବାଜିରାଉତ ଛାତ୍ରାବାସରୁ ବିଭିନ୍ନ ଅଞ୍ଚଳର ପରିକ୍ରମା କରିବା ସହ ମାତୃଭାଷା ସମ୍ପର୍କରେ ସଚେତନତା ସୃଷ୍ଟି କରିିଛି ।

ସାଇକେଲ ରାଲି ମାଧ୍ୟମରେ ଭାରତୀୟ ଭାଷା ସୁରକ୍ଷା ଅଭିଯାନ

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ଼.ପ୍ରସନ୍ନ ପଟ୍ଟଶାଣୀ ଯୋଗ ଦେଇଛନ୍ତି। ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିମାନେ ପ୍ରଥମେ ବାଜି ରାଉତ ଛାତ୍ରାବାସ ପରିସରରେ ପହଞ୍ଚି ସେଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀଙ୍କ ସମାଧିରେ ମାଲ୍ୟାର୍ପଣ କରିଥିଲେ। ଓଡ଼ିଆ ଭାଷାର ଉନ୍ନତି ପାଇଁ ସେମାନଙ୍କ ଅବଦାନକୁ ଅତିଥିମାନେ ମନେ ପକାଇଥିଲେ । ଏହାପରେ ସେଠାରୁ ଏକ ସଚେତନତା ସାଇକେଲ ରାଲି ବାହାରିଥିଲା । ଏହି ରାଲି ଅନୁଗୋଳ ସହର ସମେତ ବିଭିନ୍ନ ଗ୍ରାମାଞ୍ଚଳ ପରିକ୍ରମା କରି ଲୋକଙ୍କ ମଧ୍ୟରେ ମାତୃଭାଷା ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲା ଏବଂ ଅପରାହ୍ନରେ ରାଲି ତାଳଚେର ରାଜବାଟି ନିକଟରେ ପହଞ୍ଚିଥିଲା ।

ବିଭିନ୍ନ ରାଜ୍ୟରେ ନିଜ ନିଜ ଭାଷାକୁ ବଞ୍ଚାଇ ରଖିବା ସହ କୋର୍ଟ କଚେରୀରେ ସମସ୍ତ ଶୁଣାଣି ଓ ଅନ୍ୟାନ୍ୟ ଲେଖା କେବଳ ନିଜ ରାଜ୍ୟ ଭାଷାରେ ଲେଖିବା ପାଇଁ ସରକାରୀ ସ୍ତରରେ କାର୍ଯ୍ୟକାରୀ କରିବା ଦାବିରେ ଅନୁଷ୍ଠାନ ତରଫରୁ ଏଭଳି କାର୍ଯ୍ୟକ୍ରମ ଚାଲୁ ରହିଛି । ତେଣୁ ଓଡିଶାରେ ମଧ୍ୟ ଓଡ଼ିଆ ଭାଷାର ବହୁଳ ପ୍ରଚଳନ ପାଇଁ ଅନୁଷ୍ଠାନର ଓଡିଶା ଶାଖା ଉଦ୍ୟମ ଜାରି ରଖିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details