କେନ୍ଦ୍ରାପଡ଼ା: ବିଭିନ୍ନ ପ୍ରକାର ଶ୍ରମିକ ଓ କୃଷକ ମାରଣା ନୀତିକୁ ବିରୋଧ କରି ଆଜି ମିଳିତ ଶ୍ରମିକ ଶ୍ରେଣୀର ଆହ୍ବାନକ୍ରମେ ଦେଶବ୍ୟାପୀ ହରତାଳ ପ୍ରଦର୍ଶନ କରାଯାଇଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବ୍ଲକ ଓ ମ୍ୟୁନିସିପାଲିଟିରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଉଛି । କେନ୍ଦ୍ରାପଡ଼ା ସହରର ତିନିମୁହାଣୀ ଛକ ୯ନଂ ରାଜ୍ୟ ରାଜପଥକୁ ମିଳିତ ଶ୍ରମିକ ଶ୍ରେଣୀର ହରତାଳ ଅବରୋଧ କରିଛି । ଏହି ହରତାଳ ଯୋଗୁଁ ସମସ୍ତ ଅଫିସ, ବ୍ୟବସାୟ ପ୍ରତିଷ୍ଠାନ,ଗାଡିମୋଟର ଆଦିକୁ ବନ୍ଦ କରାଯାଉଥିବା ବେଳେ ଜରୁରୀକାଳୀନ ସେବାକୁ ସମ୍ମାନ ଜଣାଇ ଆମ୍ବୁଲାନ୍ସ,ମେଡ଼ିସିନ ଦୋକାନ ଆଦିକୁ ବନ୍ଦରୁ ବାଦ ଦିଆଯାଇଛି । ୨୭ଦଫା ଦାବି ନେଇ INTUC,AITUC,HMS,CITU,AIUTUC, AICCTU, ବ୍ୟାଙ୍କ,ବୀମା,ରାଜ୍ୟ ଓ କେନ୍ଦ୍ର ସରକାରୀ କର୍ମଚାରୀ ସଙ୍ଗଠନ ଓ ସ୍ବାଧୀନ ଫେଡରେସନ ସମୂହ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଏଥିସହ ରାଜନୈତିକ ଦଳ କଂଗ୍ରେସ ଓ ସିପିଆଇ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ