ଓଡିଶା

odisha

ETV Bharat / state

ଅନୁଗୋଳରେ ବେକାବୁ ସଂକ୍ରମଣ, ସରକାରୀ ପରିସଂଖ୍ୟାନ ଏବଂ ପ୍ରକୃତ ସତ୍ୟ କିଛି ଅଲଗା - anigul corona statistics

ଅନୁଗୋଳ ଜିଲ୍ଲାରେ କୋରୋନା ସଂକ୍ରମଣ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । କେବଳ ସରକାରୀ ଭାବେ ୭୦ ଜଣଙ୍କ ଜୀବନ ନେଲାଣି ଏହି କିଲର ଭାଇରସ। କିନ୍ତୁ ମଶାଣୀର ଚିତା କହୁଛି ପ୍ରକୃତ ମୃତ୍ୟୁ ସଂଖ୍ୟା। ଅଧିକ ପଢନ୍ତୁ...

ଅନୁଗୋଳରେ ବେକାବୁ ସଂକ୍ରମଣ, ସରକାରୀ ପରିସଂଖ୍ୟାନ ଏବଂ ପ୍ରକୃତ ସତ୍ୟ କିଛି ଅଲଗା
ଅନୁଗୋଳରେ ବେକାବୁ ସଂକ୍ରମଣ, ସରକାରୀ ପରିସଂଖ୍ୟାନ ଏବଂ ପ୍ରକୃତ ସତ୍ୟ କିଛି ଅଲଗା

By

Published : May 24, 2021, 4:58 PM IST

ଅନୁଗୋଳ: ଅନୁଗୋଳ ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। କାମ କରୁନି କୌଣସି କଟକଣା ଓ ସଂକ୍ରମଣରେ ବ୍ରେକ ଲଗାଇ ପାରୁନି ରଣନୀତି। ଆଜି ସୁଦ୍ଧା ଜିଲ୍ଲାରେ ପ୍ରାୟ ୭ହଜାର ଆକ୍ଟିଭ କେଶ ରହିଛି। କେବଳ ସରକାରୀ ଭାବେ ୭୦ ଜଣଙ୍କ ଜୀବନ ନେଲାଣି ଏହି କିଲର ଭାଇରସ। କିନ୍ତୁ, ମଶାଣୀର ଚିତା କହୁଛି ପ୍ରକୃତ ମୃତ୍ୟୁ ସଂଖ୍ୟା। ଏହାକୁ ନେଇ ଜିଲ୍ଲାବାସୀ ଶଙ୍କା ଓ ଭୟରେ ଦିନ କାଟୁଛନ୍ତି।

ଅନୁଗୋଳରେ ବେକାବୁ ସଂକ୍ରମଣ, ସରକାରୀ ପରିସଂଖ୍ୟାନ ଏବଂ ପ୍ରକୃତ ସତ୍ୟ କିଛି ଅଲଗା


ବନ୍ଦ ହେଉନି ସ୍ମଶାନର ଦ୍ୱାର। ସବୁଆଡେ ଖାଲି କୁଢକୁଢ ମୃତ ଦେହ, ଜୁଇରୁ ନିଆଁ ଲିଭୁନାହିଁ। ସ୍ମଶାନରେ ମୃତଦେହ ଦାହ କରିବାକୁ ଜାଗା ନାହିଁ। ସକାଳ ହେଲେ ମୃତ୍ୟୁ ଖବର ଆସିବା ଆରମ୍ଭ ହୋଇ ଯାଉଛି। ରାତି ପର୍ଯ୍ୟନ୍ତ ଚାଲୁଛି ମୃତଦେହର ଲମ୍ବା ଧାଡି। ମାଳ ମାଳ ମୃତଦେହ ଗାଡିରେ ଭର୍ତ୍ତି ହୋଇ ଯାଉଛି ସ୍ମଶାନ ।

ଏଦୃଶ୍ୟ ହେଉଛି ଅନୁଗୋଳ ସହର ପାଖ କରଡାଗାଡିଆ ଶ୍ମଶାନର । ଯାହାର ଦୃଶ୍ୟ ବୟାନ କରୁଛି କେତେ ଭୟଙ୍କର ଏହି କିଲର ଭାଇରସ । ଶ୍ମଶାନ ଦାୟିତ୍ୱରେ ଥିବା କର୍ମଚାରୀଙ୍କ କହିବା କଥା ଏଠାରେ କିଛି ଦିନ ହେଲା ଦୈନିକ ପ୍ରାୟ ୧୦ରୁ ୧୫ଟି ମୃତଦେହ ଦାହ କରାଯାଉଛି। ଅହରହ ଜଳୁଛି ମଶାଣୀର ଚିତା । ଜିଲ୍ଲାର ବିଭିନ୍ନ କୋଭିଡ ହସପିଟାଲରୁ ଆସୁଛି ମୃତଦେହ। ଏହା ବ୍ୟତୀତ ବିଭିନ୍ନ ଗ୍ରାମାଞ୍ଚଳରେ ମୃତ୍ୟୁବରଣ କରିଥିବା ବହୁ ବ୍ୟକ୍ତିଙ୍କ ମୃତଦେହକୁ ନେଇ ଅନ୍ୟତ୍ର ପୋତିଦିଆ ଯାଉଛି।


ଏବେ ପ୍ରାୟ ୧୫ଦିନ ହେଲା ଏଭଳି ସ୍ଥିତି ଦେଖିବାକୁ ମିଳୁଛି। ବେସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତ ୧୫ଦିନ ମଧ୍ୟରେ ପ୍ରାୟ ୨୦୦ରୁ ଅଧିକ ମୃତଦେହ ଦାହ କରାଯାଇଛି ଏହି ମଶାଣିରେ । କିଲର ଭାଇରସ ନେଇ ଚାଲିଛି ଜଣଙ୍କ ପରେ ଜଣକ ଜୀବନ । ଅନେକ ପରିବାରକୁ ଉଚ୍ଛନ୍ନ କରିଦେଲାଣି ଏହି କୋରନା । ଭାଇରସ କବଳରେ ପଡି ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି। ସରକାର ସବୁ ପଦକ୍ଷେପ ନେଉଛନ୍ତି। ହେଲେ ଏହି କିଲର ଭାଇସର ଆଗରେ ସତେ ଯେମିତି ସବୁ କିଛି ହାର ମାନିଛି। ଯଦିଓ ବିଭିନ୍ନ କାରଣ ଯୋଗୁଁ ପ୍ରକୃତ ମୃତ୍ୟୁ ସଂଖ୍ୟା ସରକାରୀ ସ୍ତରରେ ଘୋଷଣା କରାଯାଉ ନାହିଁ, ତେବେ ଜିଲ୍ଲାବାସୀ ଜାଣନ୍ତି ପ୍ରକୃତ ସତ ।

ତେବେ ସରକାରୀ ଭାବେ ଜିଲ୍ଲଲାରେ କୋରନା ଜନିତ ମୃତ୍ୟୁ ସଂଖ୍ୟା ଆଜି ସୁଦ୍ଧା ୭୨ରେ ସୀମିତ ରହିଛି। ତେବେ ବାସ୍ତବରେ ଜିଲ୍ଲାରେ କେତେ ଜଣଙ୍କ ଜୀବନ ଏହି କିଲର ଭାଇରସ ନେଇଛି ତାହାର ପ୍ରକୃତ ହିସାବ କାହାରି ପାଖରେ ନାହିଁ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details