ଓଡିଶା

odisha

ETV Bharat / state

ଅନୁଗୋଳରେ ଯୁବତୀଙ୍କୁ ଦୁଷ୍କର୍ମ, ସଫେଇ ଦେଲେ ପୂର୍ବତନ ମନ୍ତ୍ରୀ - anugul news

ଜିଲ୍ଲାର କିଶୋର ନଗର ଥାନା ଅନ୍ତର୍ଗତ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରୁ ନଥିବା ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମ ଓ ଖବର କାଗଜରେ ପ୍ରସାରିତ ହୋଇଛି। ଅଧିକ ପଢନ୍ତୁ...

ପୂର୍ବତନ ମନ୍ତ୍ରୀ
ପୂର୍ବତନ ମନ୍ତ୍ରୀ

By

Published : Nov 7, 2020, 3:58 PM IST

ଅନୁଗୋଳ: ଜିଲ୍ଲାର କିଶୋର ନଗର ଥାନା ଅନ୍ତର୍ଗତ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରୁ ନଥିବା ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମ ଓ ଖବର କାଗଜରେ ପ୍ରସାରିତ ହୋଇଛି। ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁଙ୍କ ଚାପ ଯୋଗୁ ପୋଲିସ ଅଭିଯୁକ୍ତକୁ ଗିରଫ କରୁ ନଥିବା ଅଭିଯୋଗ ହୋଇଛି।

ଅନୁଗୋଳରେ ଯୁବତୀଙ୍କୁ ଦୁଷ୍କର୍ମ

କୁହାଯାଉଛି ଯେ, ରାଜୀବ ଲୋଚନ ସାହୁ ଦୀର୍ଘ ବର୍ଷ ହେଲା ସଞ୍ଜୀବ ସାହୁଙ୍କ ଘରେ ରୋଷେଇଆ ଭାବେ କାମ କରୁଥିଲା। ତେବେ ଆଜି(ଶନିବାର) ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଅଭିଯୋଗକୁ ଖଣ୍ଡନ କରିବା ସହ ଯେଉଁ ଖବର ପ୍ରସାରିତ ହୋଇଛି ତାହା ମିଥ୍ୟା ବୋଲି କହିଛନ୍ତି। ରାଜୀବ ଯଦିଓ ତାଙ୍କ ପାଖରେ ଥିଲା କିନ୍ତୁ ବହୁ ଦିନ ହେଲା ସେ ଚାକିରୀ ଛାଡି ଚାଲିଯାଇଛି।

ଏଭଳି ଘଟଣାକୁ ସେ ନିନ୍ଦା କରିବା ସହ ପିଡିତା କିଭଳି ନ୍ୟାୟ ପାଇବ ସେଥିପାଇଁ ସେ ଜିଲା ଏସପି, ଆଇଜି ଓ ଥାନା ଅଧିକାରୀଙ୍କୁ କହିଥିବା ସଞ୍ଜୀବ କହିଛନ୍ତି। କେବଳ କିଛି ରାଜନୈତିକ ବ୍ୟକ୍ତି ତାଙ୍କ ରାଜନୀତି ଜୀବନରେ କଳଙ୍କ ଲଗାଇବାକୁ ଏଭଳି କରୁଥିବା ସେ ଅଭିଯୋଗ କରିଛନ୍ତି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details