ଅନୁଗୋଳ: ପୂଜା ମଣ୍ଡପକୁ ବିବାହ ମଣ୍ଡପରେ ପରିଣତ କରି ଚାଲିଥିଲା ବ୍ୟବସାୟ । ଯାହାକୁ ସିଲ କରିଛି ପ୍ରଶାସନ । ଜିଲ୍ଲାର ଅମଲାପଡାରେ ଥିବା ଏଭଳି ୩ଟି ବେଆଇନ ବିବାହ ମଣ୍ଡପକୁ ଆଜି(ଶୁକ୍ରବାର) ସିଲ କରିଛି ଜିଲ୍ଲା ପ୍ରଶାସନ ।
ଅନୁଗୋଳ ସହରର ଅମଲାପଡା ଦୁର୍ଗା ପଡ଼ିଆରେ ଜବରଦଖଲ କରିଥିବା ୨ଟି ବିବାହ ମଣ୍ଡପକୁ ପ୍ରଶାସନ ଆଜି ସିଲ କରିଛି । କାର୍ଯ୍ୟରତ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୌର ନିର୍ବାହୀ ଅଧିକାରୀ ବ୍ୟାପକ ପୋଲିସ ଫୋର୍ସ ସହାୟତାରେ ସିଲ କରିଛନ୍ତି । ଦୁର୍ଗା ପଡିଆରେ ସରକାରୀ ଜମିରେ ଦୀର୍ଘ ବର୍ଷ ହେଲା ବେହେରା ଟେଣ୍ଟ ହାଉସ ନାମରେ ଦୁଇଟି ବଡ଼ ବଡ଼ ବିବାହ ମଣ୍ଡପ କରି ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରି ଆସୁଥିଲେ କିଛି ବ୍ୟବସାୟୀ । ଫଳରେ ପ୍ରଶାସନ ବ୍ୟାପକ ରାଜସ୍ବ ହରାଉଥିଲା ।