ଓଡିଶା

odisha

ETV Bharat / state

ଗାଁ ଭିତରେ ବେଆଇନ ବାଲି ଚାଲାଣକୁ ବିରୋଧ - ବାଲି ମାଫିଆଙ୍କ ରାଜ

ଛେଣ୍ଡିପଦା ତହସିଲର ଚାଙ୍ଗୁଡିଆ ଗାଁ ଦେଇ ଦିନରାତି ବେଆଇନ ବାଲି ବୋଝେଇ ଗାଡି ଯାତାୟତ କରୁଥିବା ବେଳେ ଗ୍ରାମବାସୀ ଗାଡିଗୁଡିକୁ ଅଟକ ରଖିଛନ୍ତି । ଅଧିକ ପଢନ୍ତୁ..

ଗାଁ ଭିତରେ  ବେଆଇନ ବାଲି ଚାଲାଣ କୁ ବିରୋଧ
ଗାଁ ଭିତରେ ବେଆଇନ ବାଲି ଚାଲାଣ କୁ ବିରୋଧ

By

Published : Oct 10, 2020, 7:36 PM IST

ଅନୁଗୋଳ: ଗାଁ କେନାଲରୁ ବେଆଇନ ବାଲି ଚାଲାଣକୁ ବିରୋଧ। ଏନେଇ ବାଲି ଗାଡି ସବୁକୁ ଅଟକ ରଖିଲେ ଗ୍ରାମବାସୀ । ଏଭଳି ଘଟଣା ସାମ୍ନାକୁ ଆସିଛି ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ।

ଗାଁ ଭିତରେ ବେଆଇନ ବାଲି ଚାଲାଣ କୁ ବିରୋଧ

ଛେଣ୍ଡିପଦା ତହସିଲର ଚାଙ୍ଗୁଡିଆ ଗାଁ ଦେଇ ଦିନରାତି ବେଆଇନ ବାଲି ବୋଝେଇ ଗାଡି ଯାତାୟତ କରୁଥିବା ବେଳେ ଗ୍ରାମବାସୀ ଗାଡିଗୁଡିକୁ ଅଟକ ରଖିଛନ୍ତି । ସୂଚନା ଯେ, ଛେଣ୍ଡିପଦା ଅଞ୍ଚଳରେ ବେଆଇନ ବାଲି ଚାଲାଣ ହେଉଥିବା ବେଳେ ତହସିଲ୍ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ନେଉନଥିବାରୁ ବାଲି ମାଫିଆ ମାନେ ବେଧଡକ ଭାବେ ବାଲି ଚୋରି କରୁଥିବା ଅଭିଯୋଗ ହୋଇଛି । ଅନ୍ୟ ପକ୍ଷରେ ଶନିବାର ଟିକିରା ନଦୀରୁ ବାଲି ଚାଲାଣ ହେଉଥିବା ବେଳେ ଚାଙ୍ଗୁଡିଆ ଗ୍ରାମବାସୀଙ୍କ ରାସ୍ତା ନଷ୍ଟ ହେଉଥିବା ଓ ଯାତାୟାତରେ ଅନେକ ଅସୁବିଧା ସମୁଖୀନ ହେଉଛନ୍ତି । ଆଉ ଏ ସମ୍ପର୍କରେ ପ୍ରଶାସନ କୁ ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ ଅଧିକାରୀ ମାନେ ଚୁପ ରହୁଛନ୍ତି । ଏଥିରେ ଉତ୍ତେଜିତ ହୋଇ ଗ୍ରାମବାସୀ ମାନେ ଗାଁ ଦେଇ ଯାଉଥିବା ବେଆଇନ ବାଲି ଗାଡିକୁ ଅଟକ ରଖିଛନ୍ତି । ଏନେଇ ଗ୍ରାମରେ ଉତେଜନା ପରିସ୍ଥିତି ଦେଖାଦେଇଥିଲା ବେଳେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନାହାନ୍ତି ।

ଗାଁ ଭିତରେ ବେଆଇନ ବାଲି ଚାଲାଣ କୁ ବିରୋଧ

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details