ଓଡିଶା

odisha

ETV Bharat / state

ନିଶା ପାଇଁ ବଢୁଛି କଣିହାଁ-ସମାଲରେ କଫସିରଫ କାରବାର - ବେଆଇନ କଫ ସିରଫ କାରବାର

କଣିହାଁ ଓ ସମାଲ ଥାନା ଅଞ୍ଚଳରୁ ପାଖାପାଖି 400 ବୋତଲ କଫସିରଫ ଜବତ କରିଛି ପୋଲିସ । ଘଟଣାରେ ଜିତେନ୍ଦ୍ର ସାହୁ ନାମକ ଜଣେ କଫ ସିରଫ ବେପାରିକୁ ସମାଲ ପୋଲିସ ଗିରଫ କରିଥିବାବେଳେ କଣିହାଁ ପୋଲିସ ବିଛନ୍ଦ ଚରଣ ସାହୁ ନାମକ ଜଣକୁ ଗିରଫ କରିଛି ।

ନିଶା ପାଇଁ ବଢୁଛି କଣିହାଁ-ସମାଲରେ କଫ ସିରଫ କାରବାର
ନିଶା ପାଇଁ ବଢୁଛି କଣିହାଁ-ସମାଲରେ କଫ ସିରଫ କାରବାର

By

Published : Sep 24, 2020, 12:12 PM IST

ଅନୁଗୋଳ: ଜିଲ୍ଲାର କଣିହାଁ ଓ ସମାଲ ଥାନା ଇଲାକାରେ ବୃଦ୍ଧି ପାଇଛି ବେଆଇନ କଫସିରଫର ବିକ୍ରି । ନିଶା ପାଇଁ ଏବେ କଫସିରଫକୁ ବ୍ୟବହାର କରାଯାଉଛି । ଯାହାର ପ୍ରମାଣ ମିଳିଛି ଜିଲା ପୋଲିସ ପକ୍ଷରୁ ଜାରି ହୋଇଥିବା ଫଟୋ ଓ ପ୍ରେସ ରିଲିଜରୁ ।

ନିଶା ପାଇଁ ବଢୁଛି କଣିହାଁ-ସମାଲରେ କଫ ସିରଫ କାରବାର

ଏହି 2 ଥାନା ଅଞ୍ଚଳରୁ ପାଖାପାଖି 400 ବୋତଲ କଫସିରଫ ଜବତ କରିଛି ପୋଲିସ । ଘଟଣାରେ ସାମିଲ ଜିତେନ୍ଦ୍ର ସାହୁ ନାମକ ଜଣେ କଫ ସିରଫ ବେପାରୀକୁ ସମାଲ ପୋଲିସ ଗିରଫ କରିଥିବାବେଳେ କଣିହାଁ ପୋଲିସ ବିଛନ୍ଦ ଚରଣ ସାହୁ ନାମକ ଜଣକୁ ଗିରଫ କରିଛି । ତା' ଠାରୁ ଏକ କାର ସହ 320 ବୋତଲ ସିରଫ ଜବl କରିଛି ।

ନିଶା ପାଇଁ ବଢୁଛି କଣିହାଁ-ସମାଲରେ କଫ ସିରଫ କାରବାର

ସେହିପରି ସମାଲ ପୋଲିସ 50 ହଜାର ଟଙ୍କା , ଏକ ମୋଟର ସାଇକେଲ ଓ 68 ବୋତଲ ସିରଫ ଜବତ କରିଥିବା ସୂଚନା ମିଳିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details