ଅନୁଗୋଳ: ଢେଙ୍କାନାଳ ଭୁବନରେ ଏସଟିଏଫ ଟିମର ଚଢାଉ । ଏନ୍ଏଚ୍ 55ରୁ ଦୁଇଟି ଚୋରା କୋଇଲା ବୋଝେଇ ଟ୍ରକ ଜବତ କରିବା ସହ ଦୁଇ ଡ୍ରାଇଭର ଏବଂ ଜଣଙ୍କୁ ଗିରଫ କରିଛି ।
ବେଆଇନ କୋଇଲା ବୋଝେଇ ଟ୍ରକ ଜବତ, 3 ଗିରଫ - STF team seized Illegal Charcoal truck
ଢେଙ୍କାନାଳ ଏନଏଚ 55ର ଭୁବନ ଶ୍ୟାମଳ ଛକରୁ ଦୁଇଟି ଚୋରା କୋଇଲା ବୋଝେଇ ଟ୍ରକ ଜବତ କରିଛି ଏସଟିଏଫ ଟିମ । ଏହା ସହ 3 ଜଣ ଗିରଫ ହୋଇଛନ୍ତି ।

ବେଆଇନ କୋଇଲା ବୋଝେଇ ଟ୍ରକ ଜବତ, 3 ଗିରଫ
ବେଆଇନ କୋଇଲା ବୋଝେଇ ଟ୍ରକ ଜବତ, 3 ଗିରଫ
ଭୁବନେଶ୍ବରର ଏସଟିଏଫ ଏକ ଟିମ ସୋମବାର ଢେଙ୍କାନାଳ ଜିଲ୍ଲା ଭୁବନରେ ଅଚାନକ ଚଢାଉ କରିଥିଲା । ଏହି ଟିମ ଏନଏଚ 55 ର ଭୁବନ ଶ୍ୟାମଳ ଛକରୁ ଦୁଇଟି ଚୋରା କୋଇଲା ବୋଝେଇ ଟ୍ରକ ଜବତ କରିଛନ୍ତି । ଟ୍ରକ ଦୁଇଟିକୁ ଭୁବନ ଥାନାରେ ଜିମା ଦେଇ ଦୁଇ ଡ୍ରାଇଭର ସମେତ ଜଣକୁ ଅଟକ ରଖି ତଦନ୍ତ ଚଳାଇଛି ଏସଟିଏଫ ଟିମ ।
ଅନୁଗୋଳକୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ