ଓଡିଶା

odisha

ETV Bharat / state

ନବୀକରଣ ନକରି ନୂଆ ନିଯୁକ୍ତି ଆଣିଲା ଶିକ୍ଷାବିଭାଗ, ଆମରଣ ଅନଶନରେ ଶିକ୍ଷକ - ଅନୁଗୋଳ ଶିକ୍ଷକଙ୍କ ଆନ୍ଦୋଳନ

11 ଦିନ ହେବ ନିଯୁକ୍ତି ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ଆଜିଠାରୁ ଆରମ୍ଭ କରିଛନ୍ତି ଆମରଣ ଅନଶନ । ଅଧିକ ପଢନ୍ତୁ

DEO ଅଫିସ ସମ୍ମୁଖରେ ଅନଶନରେ ଶିକ୍ଷକ
DEO ଅଫିସ ସମ୍ମୁଖରେ ଅନଶନରେ ଶିକ୍ଷକ

By

Published : Nov 15, 2021, 6:36 PM IST

ଅନୁଗୋଳ: ଶିକ୍ଷକଙ୍କ ଅନଶନ । ଗତ 11 ଦିନ ହେବ ନିଯୁକ୍ତି ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣାରେ ବସିଥିବା ଶିକ୍ଷକମାନେ ଆଜିଠାରୁ (ସୋମବାର) ଆରମ୍ଭ କରିଛନ୍ତି ଅନଶନ । ଅନୁଗୋଳ ଜିଲ୍ଲା ଖଣିଜ ପାଣ୍ଠିରୁ ନିଯୁକ୍ତି ପାଇଥିବା ଶିକ୍ଷକଶିକ୍ଷୟତ୍ରୀଙ୍କ ଚାକିରୀକୁ ନବୀକରଣ କରାଯାଇ ନ ଥିବାରୁ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଏହାସହ ସେମାନଙ୍କ ସ୍ଥାନରେ ନୂତନ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରାଯାଇ ଥୁବାରୁ ଶିକ୍ଷକ ମାନେ ଏହାକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି।

DEO ଅଫିସ ସମ୍ମୁଖରେ ଅନଶନରେ ଶିକ୍ଷକ

ଜିଲ୍ଲା ପ୍ରଶାସନ ପକ୍ଷରୁ 2018 ମସିହାରେ 133 ଜଣ ଶିକ୍ଷକ ନିଯୁକ୍ତି ପାଇଥିଲେ । ନିଯୁକ୍ତି ଅନୁଯାୟୀ ପ୍ରତିବର୍ଷ ସେମାନଙ୍କ ନିଯୁକ୍ତି ନବୀକରଣ କରାଯିବା କଥା। ମାତ୍ର କୋଭିଡ ଆଳ ଦେଖାଇ ଶିକ୍ଷା ବିଭାଗ ସେମାନଙ୍କୁ ପୁନଃ ନିଯୁକ୍ତି ନ ଦେଇ ତାଙ୍କ ସ୍ଥାନରେ ନୂତନ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି । ଯାହାର ପ୍ରତିବାଦରେ 11 ଦିନ ହେବ ଶୀତ କାକରରେ ଶିକ୍ଷକମାନେ ଦିନରାତି ଆନ୍ଦୋଳନ ଜାରି ରଖିଛନ୍ତି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details