ଅନୁଗୋଳ:ସ୍ଥାୟୀ ନିଯୁକ୍ତିର ପ୍ରତିଶୃତି ସହ ଠିକା କର୍ମଚାରୀ ଭାବେ ୧୦ କାମ କରାଇଲା କମ୍ପାନୀ । ମାତ୍ର ସ୍ଥାୟୀ ନିଯୁକ୍ତି ବଦଳରେ ଭରଷା ଭାଙ୍ଗି ଛଟେଇ କରିଦେଲା । ଏମିତି କିଛି ଅଭିଯୋଗ ସହ NTPC/ TTPSରେ ପୁନଃନିଯୁକ୍ତି ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କମ୍ପାନୀ ପାଇଁ ଜମି ହରାଇଥିବା କ୍ଷତିଗ୍ରସ୍ତଙ୍କ ଆମରଣ ଅନଶନ ।
ସୂଚନା ଅନୁଯାୟୀ, ତାଳଚେର ବ୍ଲକ ସନ୍ଥପଡା ପଞ୍ଚାୟତର ପ୍ରାୟ ୮୬ଟି ପରିବାର NTPC କାରଖାନାର ପାଉଁଶ ପୋଖରୀ ପାଇଁ ଜମି ହରାଇଥିଲେ । କ୍ଷତିପୂରଣ ବାବଦରେ ବର୍ଷ ୨୦୦୫ରେ କମ୍ପାନୀ କର୍ତ୍ତୃପକ୍ଷ କ୍ଷତିଗ୍ରସ୍ତ ପରିବାରର ଜଣେ ଲେଖାଏଁ ସଦସ୍ୟଙ୍କୁ ନିଜ ଖର୍ଚ୍ଚରେ ଆଇଟିଆଇ ତାଲିମ ଦେଇ ଠିକା ଭିତିରେ ନିଯୁକ୍ତି ଦେଇଥିଲେ । ସୁବିଧା ଦେଖି ସମସ୍ତଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ମାତ୍ର ଗତବର୍ଷ(୨୦୨୧) ଅକ୍ଟୋବର ମାସରେ ସମସ୍ତଙ୍କୁ ଛଟେଇ କରିଦିଆଯାଇଛି । ଫଳରେ ତତ୍କାଳୀନ ଅନୁଗୋଳ ଜିଲ୍ଲାପାଳଙ୍କ ପ୍ରତିଶୃତି ପାଣିର ଗାର ପରି ହୋଇଥିବା ଅଭିଯୋଗ ହୋଇଛି ।