ଓଡିଶା

odisha

ETV Bharat / state

ସିଏଏ ସପକ୍ଷରେ ଅନୁଗୋଳରେ ବିଶାଳ ପଦଯାତ୍ରା - ଅନୁଗୋଳରେ ବିଜେପିରେ ପଦଯାତ୍ରା

ନାଗରିକ ସଂଶୋଧନ ଆଇନ(ସିଏଏ)ସପକ୍ଷରେ ଶନିବାର ଅନୁଗୋଳରେ ଅନୁଷ୍ଠିତ ହୋଇଛି ବିଜେପିର ଜନ ଜାଗରଣ ପଦଯାତ୍ରା।

caa support foot rally, angul latest news, bjp's foot rally in angul, ଅନୁଗୋଳ ଲାଟେଷ୍ଟ ନ୍ୟୁଜ୍‌, ଅନୁଗୋଳରେ ବିଜେପିରେ ପଦଯାତ୍ରା, ସିଏଏ ସମର୍ଥନରେ ପଦଯାତ୍ରା
ନାଗରିକ ସଂଶୋଧନ ଆଇନ ସପକ୍ଷରେ ଅନୁଗୋଳରେ ବିଶାଳ ପଦଯାତ୍ରା

By

Published : Jan 11, 2020, 6:03 PM IST

ଅନୁଗୋଳ: ନାଗରିକ ସଂଶୋଧନ ଆଇନ(ସିଏଏ) ସପକ୍ଷରେ ଶନିବାର ଜିଲ୍ଲାରେ ଅନୁଷ୍ଠିତ ହୋଇଛି ବିଜେପିର ଜନ ଜାଗରଣ ପଦଯାତ୍ରା। ଏହି ପଦଯାତ୍ରାରେ ସିଏଏକୁ ସମର୍ଥନ କରି ବିଜେପି ବିଶାଳ ଆକାରରେ ଜନ ଜାଗରଣ ସୃଷ୍ଟି କରିବାର ଲକ୍ଷ୍ୟ ରଖିଛି। ଅନୁଗୋଳ ଷ୍ଟାଡିୟମରୁ ଆରମ୍ଭ ହୋଇ ଏହି ପଦଯାତ୍ରା ସହର ପରିକ୍ରମା କରିବା ପରେ ପୁଣି ଆସି ଷ୍ଟାଡିୟମରେ ପହଞ୍ଚିଥିଲା। ଏଥିରେ ବିଜେପିର ବରିଷ୍ଠ ନେତା ସମୀର ମହାନ୍ତି ସାମିଲ ହୋଇଥିବା ବେଳେ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ଜିଲ୍ଲା ବିଜେପିର ବରିଷ୍ଠ ନେତା ଓ କର୍ମୀ ମଧ୍ୟ ଯୋଗ ଦେଇଥିଲେ। ବିଜେପି ପକ୍ଷରୁ ଆୟୋଜିତ ଏହି ପଦଯାତ୍ରାରେ ସହରର ଏକ ବିଶାଳ ଜନସମୁଦ୍ର ମଧ୍ୟ ସାମିଲ ହୋଇଥିବାର ଦେଖିବାକୁ ମିଳିଥିଲା।

ନାଗରିକ ସଂଶୋଧନ ଆଇନ ସପକ୍ଷରେ ଅନୁଗୋଳରେ ବିଶାଳ ପଦଯାତ୍ରା


ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details