ଅନୁଗୋଳ: ଜିଲ୍ଲାର ବଅଁରପାଳ ବ୍ଲକ ଅନ୍ତର୍ଗତ କୁକୁଡ଼ାଙ୍ଗ ପଞ୍ଚାୟତ ହରିଜନ ସାହିରେ ବର୍ଷା ପାଣି ପଶି ବହୁ ଘର ଭାଙ୍ଗି ଯାଇଛି । ବୁଧବାର ରାତିରେ ଘରେ ସମସ୍ତେ ଶୋଇ ଥିବା ଅବସ୍ଥାରେ ହଠାତ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା । ଫଳରେ ଘର ଭିତରେ ଆଣ୍ଠୁଏ ଲେଖାଏଁ ପାଣି ପଶି ଯାଇଥିଲା ।
ଅନେକ ଘର କାନ୍ଥ ଭାଙ୍ଗି ଯାଇଥିଲା । ଘରର ସମସ୍ତ ଜିନିଷ ଉପରେ ମାଟି ଅତଡା ପଡି ନଷ୍ଟ ହୋଇ ଯାଇଛି । ଟିଭି, ଫ୍ରିଜ, ଖଟ ଓ ଲୁଗାପଟା ପୋତି ହୋଇ ଯାଇଛି । ଯାହା ଧାନ, ଚାଉଳ ଓ ଖାଦ୍ୟ ସାମଗ୍ରୀ ଥିଲା ପାଣିରେ ଭାସିଯାଇଛି । ଏପରିକି ରହିବା ପାଇଁ ମଧ୍ୟ କୌଣସି ସ୍ଥାନ ନାହିଁ । ଭୋକ ଉପାସରେ ପରିବାର । ବସ୍ତିରେ ପ୍ରାୟ ୨୦ରୁ ଅଧିକ ଶ୍ରମିକ ପରିବାର ଅଛନ୍ତି ।