ଓଡିଶା

odisha

ETV Bharat / state

ଡାକ୍ତରଖାନାରେ ପଶିଲା ବର୍ଷାପାଣି; ହନ୍ତସନ୍ତ ରୋଗୀ - କଲବଲ କରୁଛି ବର୍ଷାପାଣି

ଡାକ୍ତରଖାନାରେ ରୋଗୀଙ୍କୁ କଲବଲ କରୁଛି ବର୍ଷାପାଣି । ଚିକିତ୍ସା ବଦଳରେ ମିଳୁଛି ଯନ୍ତ୍ରଣା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

By

Published : Sep 7, 2019, 11:20 PM IST

ଅନୁଗୋଳ: ଡାକ୍ତରଖାନରେ ନାହାଁନ୍ତି ରୋଗୀ । ଲହଡି ମାରୁଛି ବର୍ଷା ପାଣି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୋଳ ଜିଲା ପାଲଲହଡା ଉପଖଣ୍ଡ ଚିକିତ୍ସାଳୟରେ । ଗତକାଲି ଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ବର୍ଷା ଜଳ ନିଷ୍କାସନ ହୋଇ ନପାରି ଡାକ୍ତର ଖାନାରେ ଲହଡି ମାରୁଛି ପାଣି । ବର୍ଷାପାଣି ଡାକ୍ତରଖାନାକୁ ପଶି ଆସିବାରୁ ୱାର୍ଡ ଭିତରେ ଥିବା ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଖାଲି ବର୍ଷା ପାଣି ନୁହେଁ ଆଖପାଖର ନାଳ ନର୍ଦ୍ଦମାର ପାଣି ମଧ୍ୟ ଡାକ୍ତରଖାନାର ସମସ୍ତ ଓ୍ବାର୍ଡ ଓ ଅଫିସ ଭିତରେ ଲହଡି ମାରୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ


ଫଳରେ ଡାକ୍ତରଖାନାରା ସମସ୍ତ ଆସବା ପତ୍ର ଔଷଧ ଓଦା ହୋଇଯାଇଛି । ଘଟଣା ସ୍ଥଳକୁ ପରିଦର୍ଶନ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପହଞ୍ଚି ରୋଗୀଙ୍କ ସମସ୍ୟା ବୁଝିବା ସହ ଡ୍ରେନ ପାଣି କିଭଳି ନିସ୍କାସିତ ହୋଇ ପାରିବ ସେ ନେଇ ତଦାରଖ କରିଛନ୍ତି ।


ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details