ଅନୁଗୋଳ: ଓଡିଶା ବନ ବିଭାଗରେ ସାମିଲ ହେଲେ ୯୬ ରେଞ୍ଜର । ଦୀର୍ଘ ୨୧ ବର୍ଷ ପରେ ରାଜ୍ୟ ବନ ବିଭାଗରେ ସାମିଲ ହୋଇଛନ୍ତି ଏହି ଅଫିସର । ଯାହା ରାଜ୍ୟ ବନ ବିଭାଗର ଖାଲି ପଡିଥିବା ପଦବୀ ପୂରଣ କରିବା ସହ ବିଭାଗକୁ ଆହୁରି ସକ୍ରିୟ କରିବ ।
ଓଡିଶା ରାଜ୍ୟ ବନ ବିଭାଗ ପାଇଁ ଏକ ଐତିହାସିକ ଦିନ । ଏକା ଥରକେ ବନ ବିଭାଗର ସାମିଲ ହେଲେ ୯୬ ରେଞ୍ଜ ଅଫିସର । ଦୀର୍ଘ ୧୮ ମାସର ଟ୍ରେନିଂ ଶେଷ କରି ବିଧିବଦ୍ଧ ଭାବେ ବିଭାଗରେ ସାମିଲ ହୋଇଛନ୍ତି ଏହି ଅଫିସର । ଦୀର୍ଘ ୨୧ ବର୍ଷ ପରେ ହେବ ରାଜ୍ୟରେ ରେଞ୍ଜର ନିଯୁକ୍ତି ଦିଆଯାଇ ନଥିବା ବେଳେ ଏକକାଳୀନ ୯୬ ଜଣକୁ ଦିଆଯାଇଥିବା ନିଯୁକ୍ତିକୁ ଐତିହାସିକ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଅନୁଗୋଳ ଠାରେ ଥିବା ଫରେଷ୍ଟ ରେଞ୍ଜରସ ଟ୍ରେନିଂ କଲେଜରେ ଆୟୋଜିତ ୧୬ ତମ ରେଞ୍ଜର ପାସିଂ ଆଉଟ ଉତ୍ସବରେ ଯୋଗ ଦେଇ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ଏହି ନିଯୁକ୍ତି ବଳରେ ବିଭାଗ ରେ ଯେଉଁ ମାନବ ସମ୍ବଳର ଅଭାବ ଥିଲା ତାହା ଦୂର ହେବା ସହ ବିଭାଗକୁ ଏହା ଆହୁରି ସହାୟକ ହେବ ବୋଲି ମନ୍ତ୍ରୀ କହିଛନ୍ତି ।