ଓଡିଶା

odisha

ETV Bharat / state

ଅନୁଗୋଳରେ ବର୍ଷା ବିତ୍ପାତ: ତଳିଆ ଅଞ୍ଚଳ ଜଳାର୍ଣ୍ଣବ, ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ - ଅନୁଗୋଳରେ ବର୍ଷା ବିତ୍ପାତ

ଅନୁଗୋଳରେ ଲଗାଣ ବର୍ଷା । ସାଧାରଣ ଜୀବନ ଯାତ୍ରା ପ୍ରଭାବିତ । ଲୋକଙ୍କ ଘରେ ପଶିଲା ପାଣି । ଟାକୁଆ ପୋଲ ଉପରେ ପ୍ରାୟ ୪ଫୁଟ ପାଣି ପ୍ରଭାହିତ । ଅଧିକ ପଢନ୍ତୁ

ଅନୁଗୋଳରେ ବର୍ଷା ବିତ୍ପାତ:ତଳିଆ ଅଞ୍ଚଳ ଜଳାର୍ଣ୍ଣବ,ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ
ଅନୁଗୋଳରେ ବର୍ଷା ବିତ୍ପାତ:ତଳିଆ ଅଞ୍ଚଳ ଜଳାର୍ଣ୍ଣବ,ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

By

Published : Aug 10, 2022, 1:56 PM IST

ଅନୁଗୋଳ:ଲଗାଣ ବର୍ଷାରେ ବେହାଲ୍ ଅନୁଗୋଳ । ବିଭିନ୍ନ ସ୍ଥାନରେ ପାଣି ଜମି ରହି କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି । କେତେକ ନାଳରେ ବର୍ଷା ଜଳ ପ୍ରବାହିତ ହେବାରୁ ଅନେକ ଗାଁ ଜଳବନ୍ଧୀ ମଧ୍ୟରେ ରହିଛି।

ଅନୁଗୋଳରେ ବର୍ଷା ବିତ୍ପାତ:ତଳିଆ ଅଞ୍ଚଳ ଜଳାର୍ଣ୍ଣବ,ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

ଅନୁଗୋଳ ବ୍ଲକ ସାହାଡ଼ା ଗୋଡା ଗାଁକୁ ସଂଯୋଗ କରୁଥିବା ରାସ୍ତାର ଟାକୁଆ ପୋଲ ଉପରେ ପ୍ରାୟ ୪ଫୁଟ ପାଣି ପ୍ରବାହିତ ହେଉଛି। ଫଳରେ ଗମନାଗମନ ସମ୍ପୂର୍ଣ୍ଣ ଠପ ହୋଇ ଯାଇଛି । ଗାଁର ସେହି ଏକମାତ୍ର ରାସ୍ତା ଉପରେ ନିର୍ଭର କରୁଥିବା ୫ଶହରୁ ଅଧିକ ଗ୍ରାମବାସୀ ଦୀର୍ଘ ସମୟ ହେଲା ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ଫଳରେ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି ।

ଅବିଶ୍ରାନ୍ତ ବର୍ଷା ଚାଲି ଥିବାରୁ ନାଳରେ ଆହୁରି ପାଣି ବଢିବାର ଆଶଙ୍କା ରହିଛି । ବ୍ରାହ୍ମଣୀଦେଇ ପଡାରେ ଲୋକଙ୍କ ଘରେ ପାଣି ପଶି ଯାଇଥିବରୁ ଲୋକଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି । ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ସହରର ଶଙ୍କର ସିନେମା ରୋଡ଼ରେ ରସ୍ତା ଉପରେ 3 ଫୁଟର ପାଣି ପ୍ରବାହିତ ହେଉଛି। ସେହିପରି ସହର ଅନ୍ୟ ବସ୍ତି ଓ ତଳିଆ ଅଞ୍ଚଳରେ ପାଣି ଘେରରେ ରହିଛି ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details